ପିକ୍‌ଅପ୍ ଡ୍ରପ ସେବା ଆରମ୍ଭ

0 212

କଟକ,୧୨/୬(ଏସ ଏସ ନିୟୁଜ)କୋଭିଡ ସଂକ୍ରମଣ କୁ ନେଇ CMC କମିସନର ଅନନ୍ୟା ଦାସଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,କଟକ ସହରରେ ଦୈନିକ କୋରୋନା ସଂକ୍ରମଣ କମୁଛି। ମାର୍ଚ୍ଚ ୧୫ରୁ ସଂକ୍ରମଣ ବଢ଼ିଥିଲା, ମେ’ ୧୫ରୁ କମୁଛି। ସହରରେ ୩.୫ ଲକ୍ଷ ଡୋଜ ଟିକା ଦିଆଗଲାଣି। ୧.୫ ଲକ୍ଷ ଡୋଜ ୧୮ରୁ ୪୪ ବର୍ଷ ବୟସ୍କ ନେଇଛନ୍ତି।ଟିକାକରଣ ପାଇଁ ପିକ୍‌ଅପ୍ ଡ୍ରପ ସେବା ଆରମ୍ଭ ହୋଇଛି।ଆବଶ୍ୟକତା ଅନୁସାରେ ଶଯ୍ୟା ମହଜୁଦ ଅଛି। କଟକ ସହରବାସୀ କୋଭିଡ ନିୟମ ମାନୁଛନ୍ତି ବୋଲି କହିଛନ୍ତି ସିଏମସି କମିଶନର।

Leave A Reply

Your email address will not be published.