ମାଙ୍କଡ଼ାପଥର ଚାଲାଣ ଟ୍ରକ ଜବତ

ବାରଙ୍ଗ,୪/୧୦(ଏସଏସନିଉଜ) ଗୁରୁବାର ବିଳମ୍ୱିତ ରାତିରେ ଲଘୁଖଣିଜ ବିଭାଗର ପକ୍ଷରୁ ଚଢାଉ କରି ବେଆଇନ ମାଙ୍କଡ଼ା ପଥର ଚାଲାଣ କରୁଥିବା ଦୁଇଟି ଟ୍ରକକୁ ଜବତ କରାଯାଇଛି। ଜବତ ହୋଇଥିବା ଟ୍ରକ ଓଡି ୦୨ପି ୩୭୫୭, ଓଡି ୦୯ ଜି ୫୧୯୨ ଟ୍ରକ ଦୁଇଟି ଢେଙ୍କାନାଳ ଅଂଚଳରୁ ମାଙ୍କଡ଼ା ପଥର ବୋଝେଇ ମୁଣ୍ଡଳୀ ନରାଜ ଗୋଡିସାହି ଅଭିମୁଖେ ଆସୁଥିବା ବେଳେ ଲଘୁଖଣିଜ ବିଭାଗର ଅଧିକାରୀ କୈାଣସି ସୁତ୍ରରୁ ଖବରପାଇ ମୁଣ୍ଡଳୀ ବ୍ୟାରେଜ ନିକଟରେ ଅଟକାଇ ଥିଲେ । ଟ୍ରକ ଚାଳକ ପଥର ପରିବହନ କରିବାର କୈାଣସି ସଠିକ କାଗଜପତ୍ର ଘଟଣାସ୍ଥଳରେ ଦେଖାଇ ପାରି ନଥିଲା। ପରେ ଲଘୁଖଣିଜ ବିଭାଗର ଅଧିକାରୀ ବେଆଇନ ମାଙ୍କଡ଼ା ପଥର ଟ୍ରକ ଦୁଇଟିକୁ ଜବତ କରି ଗୋଡିସାହି ଫାଣ୍ଡି ପୋଲିସ ଜିମା ଦେଇଥିଲେ।ତେବେ ଗତ କିଛି ଦିନ ହେବ ଗୋଡିସାହି ଫାଣ୍ଡି ପୋଲିସ ବେଆଇନ ଚାଲାଣ ହେଉଥିବା ବାଲି ,ମୋରମ ଗାଡ଼ିକୁ ଜବତ କରିବା ପରେ ଲଘୁଖଣିଜବିଭାଗର ଏବେ ନିଦ ଭାଙ୍ଗିଛି ବୋଲି ଚର୍ଚ୍ଚା ଜୋର ଧରିଛି।

- Advertisement -

Leave A Reply

Your email address will not be published.