ମାନସିକ ଚାପରେ ଜୀବନ ହାରିଲେ ନବବଧୂ

0 161

ଭୁବନେଶ୍ୱର, ୭/୮(ଏସଏସନିଉଜ) ମାନସିକ ଚାପ ନେଲା ନବବଧୂର ଜୀବନ । ମଳୟବିହାର ଏକ ଭଡାଘର ଭିତରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୋଲିସ ।ମାନସିକ ଓ ଶାରୀରିକ ନିର‌୍ୟାତନା ସହି ନପାରି ଆତ୍ମହତ୍ୟା କରିଥିବାର ନବବଧୂଙ୍କ ପରିବାର ପକ୍ଷରୁ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ ଆରମ୍ଭ କରିଛି ।
୨୦୨୨ଜୁନ ୮ ତାରିଖରେ ।ଜିଜିପି କଲୋନୀରେ ଏକ ଭଡାଘରେ ରହୁଥିବା ପ୍ରଜ୍ଞା ପଟିଆଗ୍ରାମର ପ୍ରଶାନ୍ତପାତ୍ରନାମକ ଯୁବକକୁ ବୈଦିକ ରିତୀରେ ବିବାହ କରିଥିଲେ ।ଆବଶ୍ୟକତା ମୁତାମକ ଜାନିଯୈାତୁକ ପ୍ରଦାନ କରିଥିବାବେଳେ ବାହାଘରର ୧୦ଦିନ ପରେ ପ୍ରଜ୍ଞାର ଦାନ୍ତ ସମସ୍ୟା ଦେଖାଦେଇଥିଲା ।ଶାଶୁଘର ଲୋକ ପ୍ରଜ୍ଞାକୁ ଡାକ୍ତରକୁ ଦେଖାଇବାପରେ କ୍ୟାନସର ହୋଇଥିବାର ଅଭିଯୋଗ ଦର୍ଶାଇ ନବବଧୁ ତାଙ୍କ ବାପଘରକୁ ବିଦା କରିଦେଇଥିଲେ ।ସେଠାରେ ପ୍ରଜ୍ଞା ତାଙ୍କଭାଇ ସହ ଏକ ଡାକ୍ତରଖାନାକୁ ଯାଇ ପରୀକ୍ଷାକରିବାପରେ କ୍ୟାନସର ନୁହେଁ ଏହା ଦନ୍ତକ୍ଷୟ ବୋଲି ଜାଣିିବାକୁ ପାଇବା ସହ ଚିକିସ୍‌ା ମଧ୍ୟ କରାଇଥିଲେ ।ପରବର୍ତିମସୟରେ ଚିକିସ୍‌ାଜନିତ କାଗଜପତ୍ର ଶାଶୁଘର ଲୋକଙ୍କୁ ଦର୍ଶାଇଥିଲେ ମଧ୍ୟ ସେମାନେ ପ୍ରଜ୍ଞାକୁ ଗ୍ରହଣ କରିବାକୁ ରାଜି ହୋଇନଥିଲେ ।ଏପରିକି ପ୍ରଜ୍ଞାର ମୋବାଇଲନମ୍ବରକୁ ବ୍ଲକ କରିଦେଇଥିବାରୁ ସେ ତାର ସ୍ୱାମୀ ଶାଶୁସହ କଥାମଧ୍ୟ ହୋଇପାରିନଥିଲା ।ଏହାକୁ ନେଇ ସେ ମାନସିକ ଦୁଶ୍ଚିନ୍ତାମଧ୍ୟରେ ରହୁଥିଲା ।ବିଭାଘରରେ ମଧ୍ୟସ୍ଥି ସାଜିଥିବା ଭଦ୍ରଲୋକ ଗତ ତିନିଦିନ ତଳେ ପ୍ରଜ୍ଞାକୁ ତାର ସାସୁଘର ଲୋକ ଆଉ ଗ୍ରହଣ କରିବେନାହିଁ ବୋଲି ଆସି କହିଥିଲେ ।ଏହି ଖବର ପ୍ରଜ୍ଞା ଜାଣିବାପରେ ଜୀବନହାରିବା ଭଳି ନିଷ୍ପତି ନେଇଥିବାର ଆମେ ଅନୁମାନ କରୁଛୁ ।ତେଣୁ ଆମକୁ ଉପଯୁକ୍ତ ନ୍ୟାୟ ସ୍ୱରୁପ ତାର ଏହି ଦୁର୍ଦ୍ଦଶା ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଆଇନଅନୁଯାୟୀ ଦଣ୍ଡ ମିଳୁ ବୋଲି ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.