ଭୁବନେଶ୍ୱର,୩।୧(ଏସଏସନିଉଜ)ଏବେ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ବାର୍ଷିକ ପରୀକ୍ଷା କରାଯାଇ ପାସ୍, ଫେଲର ବ୍ୟବସ୍ଥା ରହିବ । ପ୍ରଥମରୁ ଚତୁର୍ଥ ଶ୍ରେଣୀ ଓ ଷଷ୍ଠ, ସପ୍ତମ ଶ୍ରେଣୀ ପିଲାଙ୍କର ସମେଟିଭ୍ ଆସେସ୍ମେଣ୍ଟ ହେବ । ମାର୍ଚ୍ଚ ପ୍ରଥମ ସପ୍ତାହରୁ ପରୀକ୍ଷା ଆରମ୍ଭ ହୋଇମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଫଳ ଘୋଷଣା ହେବ ।ଏହାପରେ ପରୀକ୍ଷାରେ ଫେଲ୍ କିମ୍ବା କମ୍ ମାର୍କ ରଖିଥିବା ପିଲାଙ୍କର ପ୍ରତିକାର କାର୍ଯ୍ୟକ୍ରମ କରାଯିବଏପ୍ରିଲ୍ ତୃତୀୟ ସପ୍ତାହରେ ସପ୍ଲିମେଣ୍ଟାରୀ ପରୀକ୍ଷା ହୋଇ ଚତୁର୍ଥ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ଓସେପା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ହୋଇଛି ।
