ମେଣ୍ଢା ଚୋରକୁ ଧରିଲା ପୋଲିସ

0 42

ବାଲିପାଟଣା,୧/୮(ଏସଏସନିୟୁଜ) ଗତକାଲି ବିଳମ୍ବିତରାତିରେ ବାଲିପାଟଣା ପୋଲିସ ପେଟ୍ରୋଲିଙ୍ଗ ବେଳେ ଦଣ୍ଡାସାହି ନିକଟରେ ୨ ମେଣ୍ଢା ଚୋରକୁ ଧରିଛନ୍ତି । ଓଆର ୧୯ ବି ୧୯୭୧ ନଂକାରରେ ବାଲିପାଟଣା ଥାନା ଅଞ୍ଚଳର ସୁଜିତ ବିଶ୍ୱାଳ ଏବଂ ନିଆଳି ଥାନା ଅଞ୍ଚଳର ବାପି ଭୋଇ ଆସୁଥିବାବେଳେ ପୋଲିସ ସେମାନଙ୍କୁ ସନ୍ଦେହରେ ରୋକିଥିଲେ ।କାର ଯାଂଚବେଳେ ଡିକିରେ ବ୍ଲାକଟେପରେ ୩ ଟି ମେଣ୍ଢାଙ୍କ ମୁହଁବନ୍ଧା ହୋଇରହିଥିବାର ଦେଖିବାକୁ ପାଇଥିଲେ ।ମେଣ୍ଢା କେଉଁଠୁ ଆଣିଥିବାର ସଠିକ ବିବରଣୀ ନଦେଇପାରିବାରୁ ପୋଲସି ସେମାନଙ୍କୁ ଆଣି ଥାନାରେ ଅଟକ ରଖିଥବାର ଜଣାପଡିଛି ।

Leave A Reply

Your email address will not be published.