ମେଣ୍ଢାଶାଳ ପଞ୍ଚାୟତରେ ବୃକ୍ଷରୋପଣ

ମେଣ୍ଢାଶାଳ, ୨୨/୭ (ଏସ ଏସ ନିଉଜ)  ମେଣ୍ଢାଶାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିଡାମଡ଼ା ଆଶ୍ରମ ବିଦ୍ୟାଳୟ ପରିସରରେ ଆଜି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମ୍ବ, ପଣସ, କରମଙ୍ଗା, ଜାମ୍ମୁ, ବଉଳ, ପିସ୍ତା ବାଦାମ ଆଦି କଲମୀ ଫଳଚାରା ରୋପଣ କରାଯାଇଛି।
ବର୍ତ୍ତମାନ ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ ପଦକ୍ଷେପ ବୋଲି ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଶ୍ରୀ ପ୍ରଭାତ କୁମାର ରାଉତରାୟ ଅଞ୍ଚଳର ବସିନ୍ଦା ମାନଙ୍କୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଦ୍ଵାରା ସଚେତନତାର ବାର୍ତା ଦୀର୍ଘ ୫ ବର୍ଷ ହେଲା ପ୍ରଚାର କରିଆସୁଛନ୍ତି ଏବଂ ସେ ଆଜିର କାର୍ଯ୍ୟକ୍ରମକୁ ପରିଚାଳନା ସହିତ ସମସ୍ତ ଫଳଚାରା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସହିତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ସ୍ୱାଇଁ, ହରିଡାମଡ଼ା ଗ୍ରାମର ବରିଷ୍ଠ ନାଗରିକ ଶ୍ରୀଯୁକ୍ତ ଫକୀର ଚରଣ ବେହେରା ଏବଂ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିିପୋର୍ଟ)

- Advertisement -

Leave A Reply

Your email address will not be published.