ଆଜିର ରାଶିଫଳ

୨୦୨୨ ମସିହା ଜୁଲାଇ ମାସ ୨୩ ତାରିଖ (ଶନିବାର)ଶ୍ରାବଣ ମାସ –କୃଷ୍ଣପକ୍ଷ ,ତିଥି-ଦଶମୀ ଦିବା ଘ୧୧/୧୧ ପର‌୍ୟ୍ୟନ୍ତ ତଦନ୍ତେ ଏକାଦଶୀ ,ସୁର‌୍ୟୋଦୟ ପ୍ରାତଃ ଘ୦୫/୨୨/୪୨ ,ସୂର‌୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୩/୦୦ ,ବୃଷ, ସିଂହ ଓ କନ୍ୟା ରାଶି ର ଘାତବାର ,ବିଛା ରାଶି ର ଘାତଚନ୍ଦ୍ର ,ଏକାଦଶୀ ର ପାର୍ବଣ ଶ୍ରାଦ୍ଧ ,କଳମ୍ବୀ(କଳମ ଶାଗ) ଦିବା ଘ୧୧/୧୧ ଗତେ ସିମ୍ବିକା(ଶିମ୍ବ) ଭକ୍ଷଣ ନିଷେଧ ।
ମେଷ-ଆଜି ଆପଣଙ୍କ ମନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ । ଆପଣଙ୍କ ପ୍ରଭାବ ଲୋକମାନଙ୍କ ଉପରେ ପଡିବ । କୌଣସି ନୂଆ କମ୍ପାନୀରେ ଚାକିରିର ପ୍ରସ୍ତାବ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ
ବୃଷ-ଆଜି ଆପଣ ସମସ୍ତ କାମରେ ସଫଳ ହେବେ । ସମସ୍ତ ବିଷୟ ପ୍ରତି ଆପଣଙ୍କ ଭାବନା ସକାରାତ୍ମକ ରଖନ୍ତୁ । ରାଜନୀତିରେ ବିଭିନ୍ନ ନେତାଙ୍କ ସହିତ ମିଶିବାର ଅବସର ପାଇବେ । ବ୍ୟବସାୟ ପରିଚାଳନା କରିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ପ୍ରେମ ସମ୍ବନ୍ଧରେ ଗଭୀରତା ବୃଦ୍ଧି ହେବ ।
ମିଥୁନ-ଆଜି ଆପଣଙ୍କ ଲାଗି ଉନ୍ନତି ଓ ଲାଭ ମିଳିବାର ଦିନଟିଏ । ନୂଆ ଯୋଜନାରେ ଆପଣ ଧ୍ୟାନ କେନ୍ଦ୍ରିତ କରିବେ । ସରକାରୀ ଚାକିରିଆଙ୍କୁ କୌଣସି ଉଚ୍ଚପଦ ମିଳିପାରେ । ନୂଆ ଗାଡି କିଣିବାର ଯୋଗ ରହିଛି । ମନ ପ୍ରଫୁଲ୍ଲ ରହିବ ।
କର୍କଟ- ଆଜି ଆଧ୍ୟାତ୍ମିକ କାର‌୍ୟ୍ୟରେ ମନ ଲାଗି ରହିବ । ପ୍ରଭୁଙ୍କ ଆରାଧନାରେ ସାରା ଦିନ ବିତିବ । ମନକୁ ଶାନ୍ତି ମିଳିବ । ଅନେକ ଦିନରୁ ମନରେ ଉପୁଜିଥିବା ପ୍ରଶ୍ନର ସମାଧାନ ମିଳିବ । ବ୍ୟବସାୟରେ ଆମଦାନୀର ନୂଆ ରାସ୍ତା ମିଳିବ । ପରିବାର ସମ୍ବନ୍ଧରେ କୌଣସି କାମ ପୂରା ହୋଇଯିବ ।
ସିଂହ-ଆଜି ଅନେକ କିଛି ନୂଆ କାର‌୍ୟ୍ୟ କରିବେ । ବ୍ୟବସାୟରେ ନୂଆ ନିବେଶର ସମ୍ଭାବନା ରହିଛି । ସରକାରୀ ଚାକିରିଆ ଅଶାନ୍ତିରେ ରହିପାରନ୍ତି । ବନ୍ଧୁଙ୍କ ସହିତ ଭ୍ରମଣରେ ଯାଇପାରନ୍ତି । ଅଚାନକ ଖୁସି ଖବର ମିଳିବା ଫଳରେ ପରିବାରରେ ଆନନ୍ଦର ବାତାବରଣ ଖେଳିଯିବ । ବିଦ୍ୟାର୍ଥୀ ଆଜି ଅଧ୍ୟୟନରେ ଧ୍ୟାନ ଦେବେ
କନ୍ୟା-ସ୍ୱାସ୍ଥ୍ୟ ଭଲ ରହିବ। ପ୍ରେମ ସଂପର୍କ ମଜଭୁତ ହେବ। ଭାଇ-ଭଉଣୀଙ୍କ ସହ ଖୁସିମଜାରେ ଦିନ କାଟିବେ। ଶତ୍ରୁ ଦବି ରହିବେ।
ତୁଳା- ମାନସିକ ସ୍ଥିତି ଠିକ୍ ରହିବ ନାହିଁ। ସବୁ କଥାରେ ଦ୍ୱନ୍ଦ୍ୱରେ ରହିବେ, ନିଷ୍ପତ୍ତି ନେଇ ପାରିବେ ନାହିଁ। ନୂଆ କାର‌୍ୟ୍ୟ ଆରମ୍ଭ କରନ୍ତୁ ନାହିଁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।
ବିଛା- ଦିନଟି ଆମୋଦ-ପ୍ରମୋଦରେ କଟିବ। ମନ ପ୍ରସନ୍ନ ରହିବ। ପ୍ରିୟଜନଙ୍କ ସହିତ ଭେଟ ହେବ। ପୁରୁଣା ବନ୍ଧୁଙ୍କ ଦ୍ୱାରା ଲାଭବାନ ହେବେ।
ଧନୁ-ଦିନଟି କଷ୍ଟ ଦେଇପାରେ। ପରିବାରର କୌଣସି ସଦସ୍ୟଙ୍କ ସହ ମତଭେଦ ହୋଇପାରେ। ଯଥାସମ୍ଭବ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ।
ମକର-ଆପଣଙ୍କ ପାଇଁ ଦିନଟି ଖୁବ୍ ଭଲ ଅଛି। କିଛି ଶୁଭ ଖବର ପାଇ ପାରନ୍ତି। କୌଣସି ଦାମୀ ଜିନିଷ କିଣିବା ପାଇଁ ଆଜି ଦିନଟି ଭଲ ରହିଛି। ଗାଡ଼ି, ଘର ଓ ଜମି ଆଦି କିଣି ପାରିବେ। କୌଣସି କ୍ଷେତ୍ରରେ ଅର୍ଥନିବେଶ କରିଥିଲେ ତା’ର ସୁଫଳ ପାଇବେ।
କୁମ୍ଭ-ବଡ଼ ଲୋକଙ୍କ ଆଶୀର୍ବାଦ ମିଳିବ। ଅଫିସ୍‌ରେ ଉଚ୍ଚ ପଦାଧିକାରୀଙ୍କ କୃପାଦୃଷ୍ଟି ପଡ଼ିବ। ସବୁ କାମ ସହଜରେ ହୋଇଯିବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ନୂଆ ଯୋଜନା ପ୍ରସ୍ତୁତ କରିବେ।
ମୀନ-ଥକା ଲାଗିବ। କାମରେ ମନ ଲାଗିବ ନାହିଁ। ସନ୍ତାନସନ୍ତତିଙ୍କୁ ନେଇ ଚିନ୍ତାରେ ରହିବେ। ଅଫିସ୍‌ରେ ସହକର୍ମୀଙ୍କ ସହ ବିବାଦ ହୋଇପାରେ
ନିତୀବାଣୀ-ଜୀବନରେ ଦୁଇ ପ୍ରକାର ବନ୍ଧୁ ଆବଶ୍ୟକ,ଗୋଟିଏ \”କୃଷ୍ଣ\” ଙ୍କ ପରି ଯିଏ ଯୁଦ୍ଧରେ ଲଢିଲେ ନାହିଁ ହେଲେ ବନ୍ଧୁଙ୍କୁ ଜିତେଇ ଦେଲେ,ଆଉ ଜଣେ “କର୍ଣ୍ଣ” ଙ୍କ ପରି ଯିଏ ହାରିଗଲେ ପଛେ କିନ୍ତୁ ଜୀବନର ଶେଷ ପର‌୍ୟ୍ୟନ୍ତ ବନ୍ଧୁଙ୍କୁ ଛାଡିଲେ ନାହିଁ।
ବାସ୍ତୁ ଟିପ୍ପଣୀ-ଯଦି ଖନନ ସମୟରେ ଇଟା ପଥର ବାହାରକୁ ଆସେ, ତେବେ ଏହିପରି ଜମି ଲାଭଦାୟକ ଅଟେ ।ବିହନ ବୁଣିବା ଦ୍ୱାରା ମାଟି ମଧ୍ୟ ପରୀକ୍ଷା କରାଯାଏ । ଯେଉଁ ଜମିରେ ଉଦ୍ଭିଦ ଠିକ୍ ସମୟରେ ବୃଦ୍ଧି ପାଏ ଏବଂ ବିହନ ଠିକ୍ ସମୟରେ ବଢେ, ତେବେ ସେହି ଜମି ଭଲ ଅଟେ ।ଯେଉଁ ପ୍ଲଟ ଉପରେ କ୍ଳାନ୍ତ ବ୍ୟକ୍ତି ବସି ବସି ଶାନ୍ତି ପାଆନ୍ତି, ତା’ପରେ ସେହି ଜମି ଏକ କୋଠା ନିର୍ମାଣ ପାଇଁ ଉପଯୁକ୍ତ ଅଟେ ।

- Advertisement -

Leave A Reply

Your email address will not be published.