ବାରଙ୍ଗ,୨୨/୭(ଏସଏସନିଉଜ) ମୁଣ୍ଡଳୀ ଜଳ ସମ୍ପଦ ବିଭାଗ କର୍ତ୍ତୁପକ୍ଷ ଶୁକ୍ରବାର ଦିନ ଦୟା ପଶ୍ଚିମ କେନାଲରୁ ରୋକଟ ଓ ଇଞଣା ସବ୍ ମାଇନରକୁ ପାଣି ଛାଡିଛନ୍ତି ।ଯାହାଫଳରେ ଚାଷକାର୍ଯ୍ୟ ପାଇଁ ଦେଖାଦେଇଥିବା ପାଣି ସଂଙ୍କଟ ଦୁର ହୋଇପାରିଛି ।ଏହାସହିତ ଦୁଇ କେନାଲ ଉପରେ ନିର୍ଭରଶୀଳ କଳାଝାରୀ, ଓସ୍ତପଡା, ରୋକଟ, ସିଙ୍ଗଡା, ଟାଙ୍ଗିବନ୍ତ, ବରିମୁଣ୍ଡ,ଇଞଣା,କଳାରାହାଙ୍ଗ ଆଦି ଗ୍ରାମର ଚାଷୀମାନେ ବେଶ ଉପକୃତ ହୋଇପାରିବେ ବୋଲି ଜଣାପଡିଛି ।ପାଣି ପଞ୍ଚାୟତର ସଭାପତି ଅଲେଖ ମହାଭୋଇ ଓ ସଂପାଦକ ପ୍ରଭାତ ପ୍ରଧାନଙ୍କ ମିଳିତ ସହଯୋଗ ରେ ପ୍ରଦୀପ କୁମାର ଜେନା,କ୍ଷିରୋଦ ଚନ୍ଦ୍ର ପଟ୍ଟନାୟକ ଅଥିତିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି କାର୍ୟ୍ୟକ୍ରମରେ ଲକ୍ଷ୍ମୀଧର ବେହେରା,ସୂର୍ଯ୍ୟକାନ୍ତ ଲେଙ୍କା ,ରମେଶ ଚନ୍ଦ୍ର ରାଉତ ସମେତ ଜଳସମ୍ପଦ ବିଭାଗର ଖଲାସି ଗଜେନ୍ଦ୍ର ବେହେରା,ନରେନ୍ଦ୍ର ଲେଙ୍କା,କର୍ମଚାରୀ ବୀରବର ସାହୁ ପ୍ରମୁଖ ଉପସ୍ଥିତଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)
