ମେଣ୍ଢାଶାଳ ସେବାସମବାୟ ସମିତିର ସମୀକ୍ଷା ବୈଠକ

0 295

ବାରଙ୍ଗ,୨୮।୪(ଏସଏସନିଉଜ) ମେଣ୍ଢାଶାଳଠାରେ ଥିବା ଖୋର୍ଦ୍ଧା କେନ୍ଦ୍ରବ୍ୟାଙ୍କ ଶାଖା ସମବାୟ ସମିତି ସଭାଗୃହରେ ଶୁକ୍ରବାର ଦିନ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ସମିତି ସଭାପତି ମହିନ୍ଦ୍ର କୁମାର ପ୍ରଧାନ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଅଭିଷେକ ସିଂ ସାମନ୍ତ,ସିଇଓ ବନଶ୍ରୀ ମଲିକ, ଜିଏମ ସନ୍ଦୀପ ପଟନାୟକ,ମେଣ୍ଢାଶାଳ ଶାଖା ପରିଚାଳିକା ନିଳିମା ଦାସ , ସୁପ୍ରଭାଇଜର ସନ୍ତୋଷ କୁମାର ମଙ୍ଗରାଜ ପ୍ରମୁଖ ଯୋଗ ଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ମେଣ୍ଢାଶାଳଶାଖା ଅଧୀନରେ ଥିବା ୬ଗୋଟି ସେବାସମବାୟସମିତିର କାର୍ଯ୍ୟକର୍ତା ଓ ସ୍ୱୟଂସହାୟକ ଗୋଷ୍ଟିମାନେ ଯୋଗଦେଇଥିଲେ ।ଏଥିରେ ସ୍ୱୟଂ ସହାୟକ ଗୋଷ୍ଟିଙ୍କୁ ଋଣ ପ୍ରଦାନ,କୂପ ଖନନ,ଟ୍ରାକ୍ଟର, ଛେଳି,କୁକୁଡ଼ା ଆଦି ଚାଷ ପାଇଁ ଋଣ ପ୍ରଦାନ ସାଙ୍ଗକୁ ସମିତିର ଜମାରାଶି କିପରି ବୃଦ୍ଧି ଘଟିବ ସେଥି ଉପରେ ଆଲୋଚନା କରାଯାଇଥିଲା।ଶେଷରେ ସମ୍ପାଦକ ହିମାଂଶୁ ସାମନ୍ତରାୟ ଧନ୍ୟବାଦ ଦେଇଥିଲେ ।(ପଦ୍ମଚରଣବଡ଼ଜେନାଙ୍କରିପୋର୍ଟ)

Leave A Reply

Your email address will not be published.