ମେଣ୍ଢାଶାଳରେ ଅତିବଡୀ ଜଗନ୍ନାଥଦାଶଙ୍କ ଜୟନ୍ତୀଉସବ

0 205

ମେଣ୍ଢାଶାଳ,୮/୯(ଏସଏସନିଉଜ) ଭାଦ୍ରବମାସ ଶୁକ୍ଳଦ୍ଵାଦଶୀ ତିଥି ବୁଧବାର ଅତିବଡ଼ି ଜଗନ୍ନାଥଦାଶ ଙ୍କ ଜୟନ୍ତୀଉସବ ମେଣ୍ଢାଶାଳସ୍ଥିତ ଭାଗବତବାସୁଦେବମନ୍ଦିର ସମ୍ମୁଖ ରେ ଅନୁଷ୍ଠିତ ହୋଇ ଯାଇଛି।ଅଖିଳ ଭାରତୀୟ ସାହିତ୍ୟପରିଷଦ ଖୋର୍ଦ୍ଧାଜିଲ୍ଲା ତରଫରୁ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ରାଷ୍ଟ୍ରଦୀପର ସମ୍ପାଦକ ଚିତରଞ୍ଜନ ମହାପାତ୍ର,ନାଇଜରର କୂଳସଚିବ ଡ଼, ଅଭୟକୁମାର ନାୟକ, ଅଖିଳଭାରତୀୟ ସାହିତ୍ୟପରିଷଦର କାର୍ଯ୍ୟକାରୀସଭ୍ୟ ତଥା କିସ ଓଡ଼ିଆବିଭାଗର ଡ଼.ପ୍ରମୋଦିନି ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଭାଗବତଟୁଙ୍ଗି ପ୍ରତିଷ୍ଠା କରା ଯାଇ ଭାଗବତପାଠ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପାଶ୍ଚାତ୍ୟସଭ୍ୟତା ଆମସମାଜକୁ ଗ୍ରାସ କରିଛି।ଗାଁଗହଳି ଲୋକେ ଭାଗବତ ପଢିବା ଭୁଲିଗଲେଣି।ତେଣୁ ଏହାର ପୁନଃଗଠନର ଅବଶ୍ୟକତା ରହିଛି ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।ମେଣ୍ଢାଶାଳ ଭାଗବତପ୍ରଚାରସମିତିଦ୍ୱାରା ଆୟୋଜିତ ଏହିଉସବରେ ଗ୍ରାମର ବହୁଲୋକମାନେ ଯୋଗ ଦେଇଥିଲେ।ବର୍ଷୀୟାନ ଭାଗବତ ପ୍ରେମୀ ଭୀମସେନ ସାମନ୍ତରାୟଙ୍କୁ ଏହିଅବସରରେ ସମର୍ଦ୍ଧନା କରା ଯାଇଥିଲା।ଶେଷରେ ଅଧିବକ୍ତା ଶୁଭେନ୍ଦୁ ଧନ୍ୟବାଦ ଅର୍ପଣ କରିଥିଲେ।(ପଦ୍ମଚରଣ ବଡ଼ଜେନାଙ୍କ ରିପୋର୍ଟ)

 

Leave A Reply

Your email address will not be published.