ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା

0 499

ଚନ୍ଦ୍ରଶେଖରପୁର,୯/୯(ଏସଏସନିଉଜ) ଶୁକ୍ରବାରଦିନ ପଟିଆସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିରରେ ଅଷ୍ଟମରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଶିଶୁମାନଙ୍କୁନେଇ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହେଇଯାଇଛି ।ଏଥିରେ ମୋଟ ୨୧୩ଟି ପ୍ରକଳ୍ପ ସ୍ଥାନପାଇଥିଲା ।ମୂଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷା ନିର୍ଦେଶାଳୟର ସଂସ୍ଥାପନ ଅଧିକାରୀ ଶାନ୍ତନ ପଟନାୟକ,ସମ୍ମାନୀତଅତିଥି ତଥା ମୁଖ୍ୟବିଚାରକ ଭାବେ କିସ ବିଦ୍ୟାଳୟର ବିଜ୍ଞାନଭିତିକ ପ୍ରକଳ୍ପ ଅଧିକାରୀ ଅନନ୍ୟାଦାସ ଓ ସନ୍ତୋଷ ପଣ୍ଡା ଯୋଗଦେଇ ଶିଶୁମାନଙ୍କର ମନରେ ବୈଜ୍ଞାନିକ ମନୋବୃତି ଆଣିବା କ୍ଷେତ୍ରରେ ଗୁରୁତ୍ବଆରୋପ କରିଥିଲେ । ଏହାସହ ବିଭିର୍ଣ ପ୍ରକଳ୍ପଗୁଡିକ ବୁଲିଦେଖି ଏହାର ମୁଲ୍ୟାୟନ କରିଥିଲେ ।ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ରାଜେସ କୁମାରପାଣି ଅତିଥିପରିଚୟ ପ୍ରଦାନକରିଥିଲେ । ବିଦ୍ୟାଳୟର ବିଜ୍ଞାନ ପ୍ରମୂଖ ସନ୍ତୋଷ କୁମାର ତ୍ରିପାଠୀ ସଭା ପରିଚାଳନା କରିବା ସହିତ ସମ୍ପୂର୍ଣ୍ଣ ବିଜ୍ଞାନମେଳା ପରିଚାଳନା କରିଥିଲେ ।ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା ।(ସୁବ୍ରତକୁମାରମହାପାତ୍ରଙ୍କ ରିପୋର୍ଟ)

 

Leave A Reply

Your email address will not be published.