ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଙ୍କ ଅକାଳମୃତ୍ୟୁ

0 399

କଟକ,୨୫।୧(ଏସଏସ ନିଉଜ) ବରିଷ୍ଠଅଭିନେତା ସ୍ୱର୍ଗତ ମିହିରଦାସଙ୍କ ସାନପୁଅ ଅକ୍ଲାନ୍ତଦାସଙ୍କ କଟକସ୍ଥିତ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୨୬ବର୍ଷ ବୟସ ହୋଇଥିଲା । ସେ ଏକମାସହେବ ଏମ୍‌ସରେ ଚିକିତ୍ସାଧୀନଥିଲେ । ଲିଭରଜନିତ ସମସ୍ୟାଯୋଗୁଁ ଚିକିତ୍ସା ହେଉଥିବାବେଳେ ମଙ୍ଗଳବାର ବିଳମ୍ବିତରାତିରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନାମିଳିଛି । ଗୋଟିଏ ବର୍ଷତଳେ ମିହିରଦାସଙ୍କ ଦେହାନ୍ତ ହୋଇଥିଲା ।ଏବେ ସାନପୁଅ ଅକ୍ଲାନ୍ତଙ୍କ ମୃତ୍ୟୁପରେ ପରିବାରରେ ଶୋକରଛାୟା ଖେଳି ଯାଇଛି ।

Leave A Reply

Your email address will not be published.