ବାରଙ୍ଗ,୭ା୧(ଏସଏସମନିଉଜ)ନନ୍ଦନକାନନର ବିକାଶପାଇଁ ସରକାରବିଭିର୍ଣମାଧ୍ୟମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି ।ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବାପାଇଁ ତଳଠାରୁ ଆରମ୍ଭ କରି ଉପରିସ୍ଥ ଅଧିକାରୀମାନେ କାର୍ଯ୍ୟାଆରମ୍ଭ କରିଦେଇଥିବାର ମଧ୍ୟ କହୁଛନ୍ତି ।ପଶୁପକ୍ଷୀମାନଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକମାନଙ୍କୁ ପରିଚାଳନାକରିବା ପାଇଁ ଆବଶ୍ୟକତାର ଦ୍ୱାହିଦିଆଯାଇ ମାଳମାଳ ଅସ୍ଥାୟୀ କର୍ମଚାରୀମାନଙ୍କୁ ନିଯୁକ୍ତି ଦିଆଚାଲିଛି ।ଏହାପରେ ବି ପଶୁପକ୍ଷୀମାନେ ଏବେ ଅଧାପେଟରେ ଜୀବନନିର୍ବାହ କରୁଥିବାର ଜଣାପଡିଛି ।ପାଟିଫିଟୁନ ଥିବାରୁ ସେମାନେ ଅଭିଯୋଗ କରିପାରୁନଥିଲେ ମଧ୍ୟ କଷ୍ଟରେ ରହିବାକୁ ଏକପ୍ରକାର ବାଧ୍ୟ ହେଉଛନ୍ତି । ଏସବୁ ସତ୍ୱେ ଷ୍ଟୋରବିଭାଗ ପକ୍ଷରୁ କୈାଣସି ପ୍ରତିକାରମୁଳକ ପଦକ୍ଷପ ଗ୍ରହଣ କରାଯାଇଥିବାର ଜଣାପଡିଛି ।
ପ୍ରକାସ ଯେ,ନନ୍ଦନକାନନ କର୍ତୁପକ୍ଷ ଠିକାଦାରମାନଙ୍କରୁ ପଶୁପକ୍ଷୀମାନଙ୍କପାଇଁ ଆବଶ୍ୟକତାଥିବା ଖାଦ୍ୟମଧ୍ୟରୁ ତୃଣଭେଜି ପ୍ରାଣିମାନଙ୍କପାଇଁ ଦରକାର ପଡୁଥିବା ଅଳ୍ପକିଛି ଖାଦ୍ୟକୁ ହାତରେ ରଖି ବାକିଖାଦ୍ୟକୁ ଠିକାଦାରମାନଙ୍କଠାରୁ ଟେଣ୍ଡର ମାଧ୍ୟମରେ ଗ୍ରହଣ କରିଥାନ୍ତି ।ତୃଣଭୋଜିପ୍ରାଣୀମାନଙ୍କ ପାଇଁ ଆବଶ୍ୟକତାଥିବା ବିଭିର୍ଣ କିସମର ଘାସ ପାଇଁ ଲକ୍ଷାଧିକଟଙ୍କା ବିନିଯୋଗ କରାଯାଇ ୧୯୯୬ମସିହାରେ ଘାସଫାର୍ମ ମଧ୍ୟ କରାଯାଇଛି । ଷ୍ଟୋରବିଭାଗ ରେଞରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଘାସଫାର୍ମରେ ପ୍ରତିଦିନ କର୍ମଚାରୀମାନଙ୍କୁ ଲଗାଯାଇ ଆବଶ୍ୟକତା ସରଞାମ ଯୋଗାଇଦିଆଯାଇ ଘାସ ଉପ୍ତାଦନ କରାଯାଉଛି । ଲକ୍ଷାଧିକ ଟଙ୍କା ବିନିଯୋଗ ସତ୍ୱେ ବଟାନିକାର୍ଲଗାର୍ଡେନପାଖରେ ଥିବା ଘାସଫାର୍ମରୁ ଆଶାନୁରୁପକ ପରିମାଣର ଘାସଆମଦାନୀ ନହେବାରୁ ପୁନର୍ବାର ୨୦୨୦ମସିହାରେ ଚିକିସ୍ାଳୟ ପାଖରେ ୪ଏକର ପରିମିତ ଜାଗାରେ ଅଉ ଏକ ନୁତନ ଘାସଫାର୍ମ ମଧ୍ୟ କରାଯାଇଛି ।ଦୁଇଟି ଘାସଫାର୍ମ ହେବାପରେ ବି ତୃଣଭୋଜିପ୍ରାଣିମାନଙ୍କ ପାଇଁ ଆବଶ୍ୟକତାଥିବା ୪୦କୁଇଂଟାଲ ଖାଦ୍ୟର ପରିମାଣକୁ ପୁରଣ କରିପାରିନାହିଁ ।ଯାହାଫଳରେ ଘାସର ଅଭାବ ଯୋଗୁ ବାହାରୁ କର୍ମଚାରୀମାନଙ୍କୁ ଲଗାଯାଇ ସାଧାରଣ ଘାସ(କମନ)ମଧ୍ୟ ଅଣାଯାଉଛି ।
ନନ୍ଦନକାନନରେ ଥିବା ବିଭିର୍ଣ ପ୍ରଜାତିର ତୃଣଭୋଜି ପ୍ରାଣିମାନଙ୍କପାଇଁ ଘାସଫାର୍ମରେ ପାରା,ଏନ୍ବି,ସରଗମ୍,ଓଟ୍,କାଲପି,ଝିମିଂଟିକାଲା ଓ କମନ୍ ଆଦି ଭିନ୍ନଭନ୍ନ ପ୍ରଜାତିର ଘାସ ଉପ୍ତାଦନ ପାଇଁ ଘାସଫାର୍ମରେ ବ୍ୟବସ୍ଥା କରାଯାଇଅଛି । କିନ୍ତୁ ଏବେ ସରଗମ,ଓଟ୍,କାଲପି,ଝିମିଟିଂକାଲା ଆଦି ଘାସ ଘାସଫାର୍ମରେ ଉପ୍ତାଦନ ହେଉନାହିଁ । ଫଳରେ ତୃଣଭୋଜି ପ୍ରାଣିହାତୀ, ହରିଣ, ସମ୍ବର, ବାରାଶିଙ୍ଗା, କୁଟ୍ରା,ନୀଳଗାଇ,ଚଉଶିଙ୍ଗା,ଜଳହସ୍ତୀ ଆଦି ପ୍ରାଣିମାନଙ୍କୁ କେବଳ କମନ,ପାରା ଓ ଏନ୍ବିଘାସ ଖାଇବାକୁ ଦିଆଯାଉଛି । ନନ୍ଦନକାନନକୁ ପ୍ରତ୍ୟହ ପାରାଘାସ୨୦କୁଇଂଟାଲ,ଏନ୍ବି ଓ ସରମମ୍ ଘାସ ୧୦କୁଇଂଟାଲ, କମନ୍ ଘାସ ୧୦ କୁଇଂଟାଲକୁ ମିଶାଇ ସମୁଦାୟ ୪୦କୁଇଂଟାଲ ଘାସର ଆବଶ୍ୟକତା ରହିଛି ।ଏବେ ଘାସଫାର୍ମରେ ଉପ୍ତାଦନ କମରହିବାରୁ ପାରା ୯ରୁ୧୦,ଏନବି୪କୁଇଟାଂଲଘାସ ଆସୁଛି । କମନଘାସ ପାଇଁ ନନ୍ଦନକାନନ ପରିସର ବାହାରେ ଥିବା ବିଭିର୍ଣସ୍ଥାନରୁ ସଂଗ୍ରହକରାଯାଇ କର୍ମଚାରୀମାନେ ଅତିବେଶିରେ ୪ରୁ୫କୁଇଂଟାଲ ଆଣିପାରୁଛନ୍ତି ।ଯାହଫଳରେ ଅଧାପେଟରେ ତୃଣଭୋଜିପ୍ରାଣୀମାନେ ରହିବାକୁ ବାଧ୍ୟ ହେଉଛନ୍ତି ।
ପ୍ରତିଦିନ ଜୀବଜନ୍ତୁମାନଙ୍କ ପାଇଁ ଠିକାଦାରମାନେ ଯୋଗାଉଥିବା ଖାଦ୍ୟକୁ ଷ୍ଠୋରବିଭାଗ ଚିକିସ୍ାଳୟ ପଛପଟେ ଥିବା ଗଛିତଘରେ ଖାଦ୍ୟରମାନ ପରଖି ଓଜନ କରିରଖିଥାନ୍ତି ।କିନ୍ତୁ ଷ୍ଠୋରବିଭାଗ ନିଜେ ଘାସ ଯୋଗାଉଥିବାରୁ ଘାସଫାର୍ମ ସହ ବାହାରୁ କେତେପରିମାଣର ଘାସ ଆସୁଛି ତାହା ମଧ୍ୟ ଓଜନ ହେଉନଥିବାର ଦେଖିବାକୁ ମିଳିଛି ।ଘାସଫାର୍ମର ପରିଚାଳନାପାଇଁ ମାସିକ ଲକ୍ଷାଧିକଟଙ୍କା ଖର୍ଚ୍ଚ ହେଉଥିବାର କାଗଜପତ୍ରରେ ଦର୍ଶାଯାଉଥିବାବେଳେ ବାସ୍ତବଚିତ୍ର କିନ୍ତୁ ଏଠି ଓଲଟା ଦେଖିବାକୁ ମିଳିଛି ।ଅନ୍ୟପଟେ ପାରିଶ୍ରମିକ ହିସାବରେ ଦୈନିକ ସର୍ବନିମ୍ନ୍ ମଜୁରିନମିଳିବାରୁ କମନଘାସ ବା ସାଧାରଣ ଘାସ ନନ୍ଦନକାନନ ବାହାରୁ କାଟିକି ଆଣି ଯୋଗାଉଥିବା୪/୫ଜଣ କର୍ମଚାରୀ ମଙ୍ଗଳବାରଠାରୁ ଆଉ ଆସୁନାହାନ୍ତି ।ଯାହାଫଳରେ କମନଘାସ ମଧ୍ୟ ନନ୍ଦନକାନନପାଇଁ ଏବେ ଦିବାସ୍ୱପ୍ନ ପାଲଟିଛି ।ଯେଉଁଠି ୪୦କୁଇଟାଂଲ ଘାସର ଆବଶ୍ୟକତା ରହିଛି ସେଠାରେ କେବଳ ୧୩ରୁ୧୫କୁଇଂଟାଲପାରା ଓ ଏନବି ଘାସରେ କାମ ଚଳାଇଦେଉଛି ଷ୍ଟୋର ବିଭାଗ ।ପାଟିଫିଟୁନଥିବାରୁ ନିିରିହ ତୃଣଭୋଜିପ୍ରାଣିମାନେ ସଠିକଭାବେ ଖାଇବାକୁ ନପାଇ କାହାପାଖରେ ଅଭିଯୋଗ କରିପାରୁନଥିବାର ସୁଯୋଗ ଷ୍ଠୋରବିଭାଗ ପାଇଁ ରୋଜଗାରର ବାଟ ସାଜିଛି ।ଏବିଷୟରେ ଉପନିର୍ଦ୍ଦେଶକ ଡ.ସଞିତକୁମାରଙ୍କୁ ପଚାରିବାରୁ ସେ ଏବିଷୟରେ ଅନୁଧ୍ୟାନ କରିବେ ବୋଲି କହିଥିଲୋ
