ମିଶନଶକ୍ତି ଗୃହର ଭିତ୍ତିପ୍ରସ୍ତର କଲେ ବିଧାୟକ

0 120

ବାରଙ୍ଗ,୧୧/୧୨(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବରିମୁଣ୍ଡ ଗ୍ରାମ ମୁଖ୍ୟରାସ୍ତା ଠାରୁ ଲକ୍ଷେଶ୍ବର ମନ୍ଦିର ରାସ୍ତା ନିର୍ମାଣ ଓ ମିଶନ ଶକ୍ତି ଗୃହ ନିର୍ମାଣ କାର‌୍ୟ୍ୟ ପାଇଁ ସ୍ଥାନୀୟ ବିଧାୟକ ସୁଶାନ୍ତ ରାଉତ ରବିବାରଦିନ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏଥିପାଇଁ ଭୁବନେଶ୍ବର ଗ୍ରାମ୍ୟଉନ୍ନୟନ ବିଭାଗ ତରତରୁ ରାସ୍ତା ନିର୍ମାଣ ପାଇଁ ୧୬ଲକ୍ଷ ୯୦ହଜାର ଟଙ୍କା ବ୍ୟୟଅଟକଳ ହୋଇଛି।ସେହିପରି ବରିମୁଣ୍ଡ ପଞ୍ଚାୟତ ପମ୍ପହାଉସ ନିକଟରେ ମହିଳାମାନଙ୍କ ପାଇଁ ଏକ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ବିଧାୟକଙ୍କ ନିଜସ୍ବ ପାଣ୍ଠିରୁ ୩ଲକ୍ଷଟଙ୍କା ବ୍ୟୟବରାଦ ହୋଇଛି।ଏଥିରେ ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହ ଅଞ୍ଚଳର ବହୁ ମହିଳା ଓ ମୁରବୀ ଯୋଗଦେଇଥିଲେ।ଗ୍ରାମ୍ୟଉନ୍ନୟନ ବିଭାଗ ଏସଡିଓ ସୁବାଷ ବେହେରା ଓ ଜେଇ ପିକେ. ମହାପାତ୍ର ଏହାକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.