ମୋ ଭଉଣୀକୁ ମାରିଦେଲେ!

ଅଭିଯୋଗ କଲେ ଭାଇ

0 576

ମେଣ୍ଢାଶାଳ,୭/୭(ଏସଏସନିଉଜ) ମୋ ଭଉଣୀକୁ ତାର ଶାଶୁଘର ଲୋକ ମାରିଦେଇଛନ୍ତି ।ମାରିଦେଇ ଆତ୍ମହତ୍ୟାର ରୁପ ଦେଉଛନ୍ତି ବୋଲି ଗୁରୁବାରଦିନ ଚନ୍ଦକାଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ସନାତନବେହେରା ।
ସନାତନ କରିଥିବା ଅଭିଯୋଗ ଅନୁଯାୟୀ କଟକସଦରଥାନା ଅର୍ନ୍ତଗତ ପ୍ରତାପନଗରୀଗ୍ରାମର କେଶବବେହେରାଙ୍କ ଝିଅ ମିଲୀ (୨୮) ଗତ ୪ବର୍ଷତଳେ ଚନ୍ଦକାଥାନା ଅର୍ନ୍ତଗତ ଭୋଳାଗ୍ରାମର ଫାଲଗୁନିନାୟକଙ୍କ ପୁଅ ମନୋଜକୁ ପ୍ରେମବିବାହ କରିଥିଲେ ।ବିବାହର କିଛିଦିନ ପରେ ଯୈାତୁକ ପାଇଁ ଡଲି ଉପରେ ତାର ଶାଶୁୁଘର ଲୋକ ମାରଧର କରିବାସହ ଅକଥନୀୟ ଅତ୍ୟାଚାର କରିବାରୁ ସେ ସହ୍ୟନକରିପାରି ବାପଘରକୁ ପଳାଇଆସିଥିଲା ।ଏଠାରେ କିଛିଦିନରହିବାପରେ ଏକ ପୁତ୍ରସନ୍ତାନକୁ ଜନ୍ମ ଦେଇଥିଲା ।ଝିଅ ତାର ଶାଶୁଘରକୁ ନଯିବାରୁ ମାନସିକ ଦୁଶ୍ଚିନ୍ତାରେ ଆକ୍ରାନ୍ତ ହୋଇ ବାପା କେଶବ ଗତବର୍ଷ ମୃତ୍ୟୁବରଣ କରିଥିବାବେଳେ ମାଆ ଗତ୭ମାସ ହେବ ମୃତ୍ୟୁବରଣ କରିଛନ୍ତି । ଗତ ୧୫ଦିନ ତଳେ ଶାଶୁଘର ଲୋକ ଆସି ମିଲୀକୁ ନେଇଯାଇଥିଲେ ।କିନ୍ତୁ ସେଠାରେ ବାଡେଇ ତାର ହାତକୁ ଭାଙ୍ଗିଦେବାସହ ଖାଇବାକୁ ନଦେବାରୁ ତୁରନ୍ତ ନେଇଯିବାକୁ ଫୋନକରି କହିଥିଲା ।ବୁଧବାର ସନ୍ଧ୍ୟାରେ ମିଲୀ ରଶିଲଗାଇ ଆତ୍ମହତ୍ୟା କରିଥିବାର ସୁଚନା ପାଇ ସେଠାରେ ପହଁଚିବାପରେ ଏକ ଖଟ ଉପରେ ଶୋଇଥିବାର ଦେଖିବାକୁ ପାଇଥିଲୁ ।ତାକୁ ତାର ଶାଶୁଘରଲୋକ ମାରିଦେଇ ଆତ୍ମହତ୍ୟାର ରୁପ ଦେଇଉଛନ୍ତି ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।ପୋଲିସ ଅଭିଯୋଗ ପାଇବାପରେ  ୧୬୧/୨୨ରେ ଏକ ମାମଲାରୁଜୁକରି ମୃତଦେହକୁ ବ୍ୟବଛେଦପାଇଁ ପଠାଇଛନ୍ତି ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

Leave A Reply

Your email address will not be published.