ମୋବାଇଲ୍ ଦୋକାନରୁ ୬୦ଟି ମୋବାଇଲ ଚୋରି

0 173

ଯୋଡା,୨୧/୧(ଏସଏସନିୟୁଜ) ବିଳମ୍ବିତ ରାତ୍ରିରେ ଆୟୂଷ କମ୍ୟୁନିକେସନ ନାମକ ଏକ ମୋବାଇଲ ଦୋକାନ ସଟରର ତାଲା ଭାଙ୍ଗି ଦୁର୍ବୁତ୍ତମାନେ ନାମୀଦାମୀ ବ୍ରାଣ୍ଡର ୬୦ଟି ମୋବାଇଲ ସହ ନଗଦ ୧.୮୦ଲକ୍ଷ ଟଙ୍କା ଚୋରି ହୋଇଥିବା ବିଲେଇ ପଦା ଫାଣ୍ଡିରେ ଅଭିଯୋଗ ହୋଇଛି ।ଯୋଡା ଥାନା ବିଲେଇ ପଦା ଫାଣ୍ଡି ଅନ୍ତର୍ଗତ ବିଲେଇପଦା ହାଟବଜାର ନିକଟରେ ଥିବା ଏକ ମୋବାଇଲ ଦୋକାନରୁ ବଡ ଧରଣର ଚୋରି ହୋଇଛି ।ଚୋରମାନେ ଦୋକାନରେ ଲାଗିଥିବା ସିସିଟିଭି ଡିଭିଆର ମେସିନକୁ ସାଙ୍ଗରେ ଧରି ନେଇ ପଳାଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଛି ।

Leave A Reply

Your email address will not be published.