ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀ

0 61

ଭୁବନେଶ୍ୱର,୧୧ା୬(ଏସଏସନିଉଜ) ଶେଷ ହେଲା ସସପେନ୍ସ । ଆସିଲା ବିଜେପିର ମୁଖ୍ୟମନ୍ତ୍ରୀଙ୍କ ନାଁ । ମୋହନ ଚରଣ ମାଝୀ ହେଲେ ନୂଆ ମୁଖ୍ୟମନ୍ତ୍ରୀା ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମରେ ବାଜିଲା ମୋହର । ଆସନ୍ତାକାଲି ଭୁବନେଶ୍ବର ଜନତା ମୈଦାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ନେବେ ଶପଥ । ମୁଖ୍ୟମନ୍ତ୍ରୀ ସହ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକ ବର୍ଦ୍ଧନ ସିଂହଦେଓଙ୍କନାମ ଘୋଷଣା କଲେ ରାଜନାଥ ସିଂହ । ବିଧାୟକ ଦଳ ନେତା ଚୟନ ପାଇଁ ବିଜେପି ଦୁଇ କେନ୍ଦ୍ରୀୟ ପର‌୍ୟ୍ୟବେକ୍ଷକ ରାଜନାଥ ସିଂ ଓ ଭୂପେନ୍ଦ୍ର ଯାଦବଙ୍କୁ ଦାୟିତ୍ବ ଦେଇଥିଲା । ସେହିପରି ନୂଆ ମନ୍ତ୍ରିମଣ୍ଡଳରେ କେଉଁ ବିଧାୟକଙ୍କୁ ସୁଯୋଗ ମିଳିବ ସେନେଇ ବି ଚର୍ଚ୍ଚା ଜୋର ଧରିଛି। ସମୟ ଗଡ଼ିବା ସହ ବଢୁଛି ଉତ୍କଣ୍ଠା। ମନ୍ତ୍ରୀ ରେସରେ ହେଭିୱେଟ ଜୟ ନାରାୟଣ ମିଶ୍ର, ରବି ନାଏକ, ସୂରମା ପାଢୀ ଆଗରେ ରହିଛନ୍ତି।ଏହା ସହ ନୂଆ ମୁହଁଭାବେ ପୃଥ୍ବୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ,, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ଦୁର୍ଗା ପ୍ରସନ୍ନ ନାୟକ, ସନାତନ ବିଜୁଳି, ଅମର ନାୟକ, ବିଭୁତି ଜେନା, ସିଦ୍ଧାନ୍ତ ମହାପାତ୍ର, ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡଙ୍ଗୀ ଓ ଇରାଶିଷ ଆଚାର୍ଯ୍ୟଙ୍କୁ ବି ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ।

Leave A Reply

Your email address will not be published.