ଭୁବନେଶ୍ୱରରେ ପହଁଚିଲେ ରାଜନାଥ ସିଂହ

ବଛାହେବେ ନୂଆ ମୁଖ୍ୟମନ୍ତ୍ରୀ

0 59

ଭୁବନେଶ୍ୱର,୧୧।୬(ଏସଏସନିଉଜ)ବିଜେପିରେ କିଏ ହେବେ ମୁଖ୍ୟମନ୍ତ୍ରୀ ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।ପୁଣି ୧୨ତାରିଖରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବାପାଇଁ ଜନତା ମଇଦାନରେ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି।ନୂଆ ମୁଖ୍ୟମନ୍ତ୍ରୀ ବାଛିବାପାଇ ଓଡିଶାରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ପର୍ଯ୍ୟବେକ୍ଷକ ରାଜନାଥସିଂ ଓ ଭୂପିନ୍ଦର ଯାଦବ। ଅପରାହ୍ଣରେ ବିଧାୟକଦଳ ବୈଠକରେ ନେତା ବାଛିବା ନେଇ ବିଜୟୀ ବିଧାୟକଙ୍କ ସହ ଆଲୋଚନା କରି ସାଢେ ୪ଟାରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବୈଠକ ବସିବ । ପାର୍ଟିକାର୍ଯ୍ୟାଳୟରେ ବିଜୟୀ ବିଧାୟକ, ବରିଷ୍ଠ ନେତା ପହଂଚିବାକୁ ଲାଗିଲେଣି। ସେପଟେ ଦିଲ୍ଲୀରେ ଥିବା ବିଜେପି ସାଂସଦ ସବୁ ଓଡିଶା ପହଁଚିଲେଣି ।ବୈଠକରେ ସର୍ବସମ୍ମତିକ୍ରମେ ଯେଉଁ ନେତାଙ୍କ ଉପରେ ମୋହର ବାଜିବ ତାଙ୍କ ନାମକୁ ସଂସଦୀୟ ବୋର୍ଡକୁ ସୁପାରିଶ କରାଯିବ ।ବିଧାୟକ ଦଳ ବୈଠକ ପରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ଏହାପରେ ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇବ ବିଜେପି । ରାଜ୍ୟପାଳଙ୍କ ନିମନ୍ତ୍ରଣ କ୍ରମେ ବୁଧବାର ଜନତା ମଇଦାନରେ ବିଜେପିର ପ୍ରଥମ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ । ଯଦି କିଛି ସମସ୍ୟା ହୁଏ ତେବେ ବୁଧବାର ସକାଳ ହିଁ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି କରିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.