ଆଜିର ରାଶିଫଳ

ରାତିରେ ଅଇଁଠାବାସନ ନଧୋଇଲେ ଘରେହେବ ବିରାଟ ଅସୁବିଧା

0 79

ଜୁନ୍ ମାସ ୧୧ ତାରିଖ୨୦୨୪ମସିହା(ମଙ୍ଗଳବାର)ଜ୍ୟେଷ୍ଠମାସ- ଶୁକ୍ଳପକ୍ଷ ,ତିଥି- ପଞ୍ଚମୀ ସନ୍ଧ୍ୟା ଘ୦୫/୨୧ଗତେ ଷଷ୍ଠୀ ,ନକ୍ଷତ୍ର- ଅଶ୍ଳେଷା ରାତ୍ରି ଘ୧୨/ ୧୪ ଗତେ ମଘା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୧/୫୯ ,ସୂର୍ୟ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୪୯ ,ଯୋଗିନୀ ଦକ୍ଷିଣେ ସନ୍ଧ୍ୟାଘ୦୫/୨୧ ଗତେ ପଶ୍ଚିମେ ,ପଞ୍ଚମୀ ର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ ,ମକର ରାଶି ର ଘାତବାର ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,କାଳବେଳା -ଦିବା ଘ୦୧/୨୫ ଗତେ ଘ୦୩/୦୬ ମଧ୍ୟେ ,ବାରବେଳା – ଦିବା ଘ୦୬/୦୫ ଗତେ ଘ୦୮/୨୯ମଧ୍ୟେ ,ବିଶୁଦ୍ଧ ଅମୃତ ବେଳା- ଦିବା ଘ୦୬/୦୪ ମଧ୍ୟେ ଓ ଘ୦୯/୧୨ ଗତେ ଘ୧୧/୩୫ ମଧ୍ୟେ ଓ ଘ୦୩/୦୭ ଗତେ ଘ୦୩/୩୫ ମଧ୍ୟେ ,ବିଶୁଦ୍ଧ ମାହେନ୍ଦ୍ର ବେଳ।- ଦିବା ଘ୦୩/୩୬ ଗତେ ଘ୦୪/୨୪ ମଧ୍ୟେ ରାତ୍ରି ଘ୦୮/୪୭ ଗତେ ଘ୧୦/୨୪ମଧ୍ୟେ ,ଅଦ୍ୟ ବେଲ ସନ୍ଧ୍ୟାଘ୦୫/୨୧ ଗତେ ନିମ୍ବ ଭକ୍ଷଣ ନିଷେଧ ।
ମେଷ:-ଆଜି କୋର୍ଟ-କଚେରୀ ବିଷୟରେ ନପଡ଼ିବା ଉତ୍ତମହେବ। ମଧ୍ୟାହ୍ନପରେ ଆପଣ ଭଲଅନୁଭବ କରିବେ। ପରିବାରରେ ସୁଖଶାନ୍ତି ରହିବ।କମସମୟରେ ଅଧିକଲାଭ ପାଇବା ବିଚାରରେ ଆପଣ ଫସି ନଯାଆନ୍ତୁ, ଧ୍ୟାନରଖିବେ। ନୂଆକାର୍ୟ୍ୟର ପ୍ରାରମ୍ଭ ଆଜି କରିପାରିବେ।
ବୃଷ:-ସନ୍ତାନ ସମ୍ବନ୍ଧୀତ ଶୁଭ ସମାଚାର ଆପଣଙ୍କୁ ମିଳିବ। ପୁରୁଣା ତଥା ପିଲାଦିନର ମିତ୍ରମାନଙ୍କର ଭେଟରେ ମନ ପ୍ରସନ୍ନ ହେବ। ନୂଆ ମିତ୍ର ମଧ୍ୟ ବନିବାର ସମ୍ଭାବନା ଅଛି। ବ୍ୟବସାୟ ଏବଂ ଆର୍ଥିକ ରୂପରେ ଲାଭ ହେବ। ମଧ୍ୟାହ୍ନ ପରେ ଭାବିଚିନ୍ତି କାର୍ୟ୍ୟକଲେ ସୁଫଳପାଇବେ ।
ମିଥୁନ:-ଆଜିର ଦିନ ଲାଭଦାୟୀ ଅଟେ। ବ୍ୟବସାୟ କ୍ଷେତ୍ରରେ ଅଧିକାରୀଗଣଙ୍କର କୃପାଦୃଷ୍ଟି ଆପଣଙ୍କ ପ୍ରଗତିର ମାର୍ଗ ଖୋଲିବ। ବ୍ୟାପାରରେ ଆୟ ବଢ଼ିବାର ସମ୍ଭାବନା ଅଛି। ପିତା ଏବଂ ବଡ଼ଙ୍କର ଆଶୀର୍ବାଦରେ ଲାଭ ହେବ। ମଧ୍ୟାହ୍ନ ପରେ ମିତ୍ରମାନଙ୍କଠାରୁ ସାହାଯ୍ୟ ମିଳି ପାରେ। କୌଣସି ସାମାଜିକ କାର୍ୟ୍ୟରେ ଯୋଗ ଦେବାକୁବାକୁ ପଡ଼ିପାରେ।
କର୍କଟ:-ଆଜି ଅଧିକାରୀଗଣ ଆପଣଙ୍କ କାର୍ୟ୍ୟରେ ସନ୍ତୋଷ ଅନୁଭବ କରିବେ। ଆର୍ଥିକ ଦୃଷ୍ଟିରୁ ଲାଭ ହେବ। ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବା ଉଚିତ। ବ୍ୟାପାରରେ ବିଘ୍ନ ଆସିବାର ଆଶଙ୍କା ଅଛି। ମଧ୍ୟାହ୍ନ ପରେ ବ୍ୟବସାୟିକ କ୍ଷେତ୍ରରେ ଆପଣଙ୍କ ପାଇଁ ପରିସ୍ଥିତି ଅନୁକୂଳ ରହିବ।
ସିଂହ:-ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ସରକାର ବିରୋଧୀ ପ୍ରବୃତ୍ତିଗୁଡ଼ିକରୁ ଦୂରରେ ରୁହନ୍ତୁ। ପରିଜନମାନଙ୍କ ସହିତ କଳହର ପ୍ରସଂଗ ବନିପାରେ। ଈଷ୍ଟ ଦେବତାଙ୍କର ଧ୍ୟାନରେ ସମସ୍ୟାଗୁଡ଼ିକର ନିବାରଣ ହେବ। ଉଚ୍ଚ ଅଧିକାରୀମାନଙ୍କ ସହିତ ବାଦ-ବିବାଦରେ ପଡ଼ନ୍ତୁ ନାହିଁ।
କନ୍ୟା:-ଆଜି ଆକସ୍ମିକ ଆର୍ଥଖର୍ଚ୍ଚ ହୋଇପାରେ।ସକାଳେ ହିଁ ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ। ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ।
ତୁଳା:-ଆଜି ଆତ୍ମବିଶ୍ଵାସ ସହିତ ପ୍ରତ୍ୟେକ କାର୍ୟ୍ୟକୁ ଆପଣ ସଫଳତାରେ ପ୍ରସ୍ତୁତ କରିବେ। ଗୃହସ୍ଥ ଜୀବନରେ ସୁଖ ଏବଂ ଶାନ୍ତି ରହିବ। ଶାରୀରିକ ସ୍ଵାସ୍ଥ୍ୟ ଭଲ ରହିବ। ସ୍ଵଭାବରେ ଉଗ୍ରତା ରହିବ ସେଥିପାଇଁ ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ମିତ୍ର ଏବଂ ସ୍ନେହୀଜନମାନଙ୍କ ସହିତ ଯାତ୍ରା କିମ୍ବା ପର୍ୟ୍ୟଟନର ଯୋଗ ଅଛି।
ବିଚ୍ଛା:-ମାନସିକ ରୂପରେ ଆପଣଙ୍କର ଭାବୁକତାର ମାତ୍ରା ଅଧିକ ରହିବ। ବିଦ୍ୟାର୍ଥୀଗଣ ଆଜି ବିଦ୍ୟାଭ୍ୟାସ ଏବଂ କ୍ୟାରିୟର ସମ୍ବନ୍ଧିତ ବିଷୟଗୁଡ଼ିକରେ ସଫଳତା ପ୍ରାପ୍ତ କରି ପାରିବେ। ଘରର ବାତାବରଣରେ ସୁଖ-ଶାନ୍ତି ରହିବ। ବ୍ୟବସାୟରେ ସଫଳତା ପ୍ରାପ୍ତ ହେବ।
ଧନୁ:-ଆଜି ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ଆବଶ୍ୟକ। ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ। ଧନ ଏବଂ ପ୍ରତିଷ୍ଠାରେ ହାନି ନ ହେଉ, ଏହାର ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ଆପଣଙ୍କ ସ୍ଵଭାବରେ ଭାବୁକତା ବଢ଼ିପାରେ। ଆପଣଙ୍କ ରଚନାତ୍ମକ କ୍ଷମତାରେ ବୃଦ୍ଧି ହେବ।
ମକର:-ଆଜି ଆବଶ୍ୟକ ନିର୍ଣ୍ଣୟ ନେବା ପାଇଁ ବୈଚାରିକ ଦୃଢତାକୁ ସର୍ବ ପ୍ରଥମ ସ୍ଥାନ ଦେବାକୁ ହେବ। ମିତ୍ରମାନଙ୍କ ସହିତ ସାକ୍ଷାତକରିବେ ଏବଂ ଏହି ସାକ୍ଷାତ ଆନନ୍ଦଦାୟୀ ରହିବ। ଛୋଟ ଯାତ୍ରାର ଆୟୋଜନ ହୋଇପାରେ। ଭାଇମାନଙ୍କ ସହିତ ସମ୍ବନ୍ଧରେ ନିକଟତା ଆସିବ।
କୁମ୍ଭ:-ଆଜି କ୍ରୋଧ ଏବଂ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ବିଚାର ମନରେ ଆସିବାକୁ ଦିଅନ୍ତୁ ନାହିଁ। ଖାଇବା ପିଇବାରେ ମଧ୍ୟ ନିୟନ୍ତ୍ରଣ ରଖିବେ। ନିଜ ହାତକୁ ଆସିଥିବା କାର୍ୟ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରି ପାରିବେ। ରଚନାତ୍ମକ କ୍ଷେତ୍ରରେ ମାନ-ସମ୍ମାନ ପ୍ରାପ୍ତ ହେବ।
ମୀନ:-ଦିନ ଶୁଭଫଳଦାୟୀ ଅଟେ। ଶାରୀରିକ, ମାନସିକ ସ୍ଵାସ୍ଥ୍ୟ ଉତ୍ତମ ରହିବ, ଉତ୍ସାହିତ ରହିବେ। ନୂଆ କାର୍ୟ୍ୟର ଶୁଭାରମ୍ଭ କରିବା ପାଇଁ ସମୟ ଅନୁକୂଳ ଅଟେ। ପରିଜନମାନଙ୍କ ସହିତ ସମୟ ଆନନ୍ଦପୂର୍ବକ ବିତିବ। ଧାର୍ମିକ କାର୍ୟ୍ୟଗୁଡ଼ିକରେ ଖର୍ଚ୍ଚ ହୋଇପାରେ।!!ଜୟଜଗନ୍ନାଥ,ଜୟସୋମନାଥ,ଜୟମରେଯାଗମାୟା!!

ରାତିରେ ଅଇଁଠାବାସନ ନଧୋଇଲେ ଘରେହେବ ବିରାଟ ଅସୁବିଧା
କିଛିଲୋକ ଖାଇସାରିବା ପରେ ବାସନକୁ ପରଦିନପର୍ୟ୍ୟନ୍ତ ସେମିତି ଅଇଁଠା ଛାଡିଦିଅନ୍ତି। ଖାସକରି ଶୀତଦିନେ ପାଣିଠାରୁ ଦୁରେଇରହିବାକୁ ଏହିପରିଲୋକେ କରିଥାନ୍ତି। କିନ୍ତୁ ଏହାକରିବା କେତେଯେ କ୍ଷତିକାରକ ତାହା ଆପଣ ଜାଣିନାହାନ୍ତି। ଆଜି ଜାନୀବା ଏପରି କରିବାଦ୍ୱାରା କଣ ସବୁ କ୍ଷତି ଆମକୁ ସହିବାକୁ ପଡେ। ବସ୍ତୁଶାସ୍ତ୍ରରେ ସ୍ପଷ୍ଟ ଉଲ୍ଲେଖ ଅଛିଯେ, ବାସିବାସନ ଘରେରହିଲେ ଘରର ଅଶାନ୍ତିବଢିଥାଏ। ଯଦି ଅଇଁଠା ବାସନକୁ ତାପରଦିନ ପର୍ୟ୍ୟନ୍ତ ପକାଇରଖାଯାଏ ତେବେ ଘରେ ପରିବାରଲୋକଙ୍କ ଭିତରେ କଳହସୃଷ୍ଟି ହୋଇଥାଏ।
ଦ୍ୱିତୀୟରେ ବାସନକୁସନକୁ ଅପରିଷ୍କାର ରଖିବାଦ୍ୱାରା ଲକ୍ଷ୍ମୀମା’ ଅସନ୍ତୋଷ ହୋଇଥାନ୍ତି। ଫଳରେ ଘରେ ଟଙ୍କାପଇସାର ଅଭାବ ଦେଖାଦେଇଥାଏ।
ପୁଣି ଅଇଁଠାବାସନ ଯଦି ତା ପରଦିନ ଯାଏଁ ସେମିତି ଅଧୁଆରହିଯାଏ ତାହାଲେ ପୁରାଣଅନୁସାରେ ଘରକୁ ନକରାତ୍ମକଶକ୍ତିର ପ୍ରବେଶ ହେବାର ଆଶଙ୍କା ରହିଥାଏ। ପରିବାରରେ ବିଶୃଙ୍ଖଳା ଦେଖାଦେବା ସହ ଆହୁରି ଅନେକଅସୁବିଧା ହୋଇଥାଏ ।
ଅଇଁଠାବାସନ ଅଧିକସମୟ ଅଧୁଆରହିଲେ ଏଥିରେଥିବା ରୋଗଜୀବାଣୁ ଧୋଇବାପରେ ବି ଯାଇନଥାନ୍ତି। ଯାହା ଆମକୁ ଅନେକରୋଗରେ ଆକ୍ରାନ୍ତ କରାଇବାକୁ ଯଥେଷ୍ଟ ହୋଇଥାନ୍ତି। ଯଦି ଆପଣ ଏହି ଭୁଲ କରୁଥାନ୍ତି ତେବେ ଏହି ଭୁଲକୁ ଆଗକୁ ଦୋହରାନ୍ତୁ ନାହିଁ!

 

Leave A Reply

Your email address will not be published.