ହମ୍ପସ ଯୋଗୁଁ ଘଟିଲା ଦୁର୍ଘଟଣା,ମରାଯାଇନି ଜେବ୍ରା କ୍ରସିଂ ଚିହ୍ନ

0 290

ବାରଙ୍ଗ,୩୧/୮(ଏସଏସନିୟୁଜ)ବାରଙ୍ଗ ଥାନା ଅଧୀନସ୍ଥ ମଧୁପୁର ଗ୍ରାମ ନିକଟ ବାରଙ୍ଗ କଟକ ମୁଖ୍ୟ ରାସ୍ତାରେ କାର ଓ ବାଇକ ମଧ୍ୟରେ ଦୁର୍ଘଟଣା।ଗୁରୁତର ବାଇକ ଚାଳକଙ୍କୁ କଟକ ବଡ଼ ଡ଼ାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା
ମଙ୍ଗଳବାର ସନ୍ଧ୍ୟା ସାଢେ଼ ଛଅ ଘଟିକା ସମୟରେ ମଧୁବନ ଗ୍ରାମ ମୁଣ୍ଡ କଟକ ଭୁବନେଶ୍ବର ମୁଖ୍ୟ ରାସ୍ତାରେ କାର କୁ ପଛରୁ ଧକ୍କା ଦେଲା ବାଇକ।ଭୁବନେଶ୍ୱରୁ କଟକ ଅଭିମୁଖେ ଯାଉଥିବା ଓଡି ୦୨ ବିଏମ ୫୬୬୭ ନମ୍ୱର ବିଶିଷ୍ଟ ଏକ କଳାରଙ୍ଗର କାର ମୁଖ୍ୟରାସ୍ତା ଉପରେ ଥିବା ହମ୍ପସ ନିକଟରେ ଗାଡ଼ିର ଗତିକୁ ଧିର କରିଥିଲେ।ଏହି ସମୟରେ ପଛରୁ ଆସୁଥିବା ଓଡି ୩୩ ସି ୨୫୬୪ ନମ୍ୱର ବିଶିଷ୍ଟ ଏକ ବାଇକ ଭାରସାମ୍ୟ ହରାଇ କାରର ପଛ ପାର୍ଶ୍ୱକୁ ଧକ୍କା ଦେଇଥିଲା।ଏଥିରେ ବାଇକ ଚାଳକଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇପଡ଼ିଥିଲେ।ସ୍ଥାନୀୟ ଲୋକଙ୍କ ସହଯୋଗରେ ତାଙ୍କୁ ସଙ୍ଗେ ସଙ୍ଗେ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥଲା।ଖବର ପାଇ ବାରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରି ଥାନାକୁ ଆଣିଛି।ଖବର ଲେଖା ହେବା ବେଳକୁ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣା ପଡ଼ିଛି।ଅନ୍ୟପଟେ ପୂର୍ବରୁ ଏହି ରାସ୍ତାରେ ବାରମ୍ବାର ଏଭଳି ଛୋଟ ବଡ଼ ଦୁର୍ଘଟଣା ଘଟିଥିବା ଦେଖିବାକୁ ମଧ୍ୟ ମିଳିଛି।ଭୁବନେଶ୍ୱର ରୁ କଟକ କୁ ସଂଯୋଗ କରୁଥିବା ଏହି ମୁଖ୍ୟ ରାସ୍ତାରେ ପ୍ରତିଦିନ ସହ ସହ ଯାନବାହାନ ଯାତାୟାତ କରିଥାଏ।ଅନେକ ଭିଆଇପି ମାନେ ମଧ୍ୟ ଏହି ରାସ୍ତାଦେଇ କଟକ କିମ୍ବା ଭୁବନେଶ୍ୱର କୁ ଯାତାୟାତ କରିଥାନ୍ତି।ନନ୍ଦନକାନନ ଠାରୁ ଆରମ୍ଭ କରି ତ୍ରୀଶୁଳିଆ ପର‌୍ୟ୍ୟନ୍ତ ମୁଖ୍ୟ ରାସ୍ତା ଉପରେ ହମ୍ପସ ମାନ ରହିଅଛି।ହେଲେ ହମ୍ପସ ପୂର୍ବରୁ କୌଣସି ଜେବ୍ରା କ୍ରସିଂ ଚିହ୍ନ ମଧ୍ୟ ଲଗାଯାଉନାହିଁ,ଯେଉଁଠାରେ ଥିଲା ସେଠାରୁ ଚିହ୍ନ ଲିଭି ଗଲାଣି।ଯଦ୍ୱାରା ରାତ୍ରି ସମୟରେ ଗାଡ଼ି ଚାଳକ ମାନେ ଏସବୁକୁ ନଜାଣି ପାରି ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ଅନେକ ସମୟରେ ଦେଖିବାକୁ ମିଳୁଛି ଯେ,ତ୍ରିଶୁଳିଆ ଛକ ଠାରୁ ଆରମ୍ଭ କରି ବାରଙ୍ଗ ଏବଂ ନନ୍ଦନକାନନ ପର‌୍ୟ୍ୟନ୍ତ ରାସ୍ତା ଉପରେ ବୁଲା ଗାଈ ଗୋରୁ ରାତିରେ ଶୋଇ ରହୁଛନ୍ତି।ଯାହା ଫଳରେ ଦ୍ରୁତ ଗତିରେ ଆସୁଥିବା ଗାଡିଗୁଡିକ ସହ ଧକ୍କା ହେଉଛନ୍ତି।କେତେବେଳେ ମଣିଷଙ୍କ ଜୀବନ ଯାଉଛି ତ ଆଉ କେତେବେଳେ ନିରୀହ ପ୍ରାଣୀ ମାନଙ୍କ ଜୀବନ ଯାଉଛି।ଏହ ଏବେ ପ୍ରତିଦିନିଆ ଘଟଣା ହୋଇଗଲାଣି।ପ୍ରତିଦିନ କିଛି ନା କିଛି ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି।ଯାହାକୁ ନେଇ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିରହୁଛି।ଗୋଟିଏ ପଟେ ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ ଅକାଳରେ ନିରୀହ ଜୀବନ ବିପଦରେ ପଡୁଛି ବୋଲି ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେବାକୁ ସାଧାରଣରେ ଦାବି ହୋଇଛି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.