ମୁଖ୍ୟମନ୍ତ୍ରୀଙ୍କର ବଡ ଘୋଷଣା, ସାମ୍ବ।ଦିକଙ୍କୁ ମିଳିବ ୧୫ଲକ୍ଷ

0 269

ଭୁବନେଶ୍ୱେର,୨୭/୪(ଏସ୍‌ଏସ୍‌ନିୟୁଜ) ମୁଖ୍ୟମନ୍ତ୍ରୀ ନବୀବନପଟ୍ଟନାୟକ ଆଜି ବଡ ଘୋଷଣା କରିଛନ୍ତି ।କରେନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମିଳିବ ୧୫ଲକ୍ଷଟଙ୍କାର ଅନୁକମ୍ପା ମୁଳକ ସହାୟତା ।
କରୋନା ଯୋଗୁ ସାରାବିଶ୍ୱରେ ଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି ।ଏହି ପରିପେକ୍ଷୀରେ କରୋନାଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବାସହ ଏଭଳି କଠିନ ପରିସ୍ଥିତିରେ ସାମ୍ବାଦିକମାନେ ନିଷ୍ଠାର ସହ ସେମାନଙ୍କ ଦାୟିତ୍ୱ ନିର୍ବାହ କରିଚାଲିଛନ୍ତି ।ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ କରେନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରନ୍ତି,ତେବେ ସେ କ୍ଷେତ୍ରରେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୁଳକ ସହାୟତା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟ ଆଜି ଘୋଷଣା କରିଛନ୍ତି ।

Leave A Reply

Your email address will not be published.