ମୁଖ୍ୟମନ୍ତ୍ରୀଙ୍କୁ ଆସିଲା ନିମନ୍ତ୍ରଣ

୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

ପୁରୀ,୨୬ା୧୨(ଏସଏସନିଉଜ)ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁଯାଉଛି ।ଏଥିନିମନ୍ତେ ଶ୍ରୀମନ୍ଦିରପ୍ରଶାସନ ପକ୍ଷରୁ ଆୟୋଜିତ ଭବ୍ୟ ଆୟୋଜନରେ ଦେଶର ପ୍ରମୁଖ ଦେବଦେବୀ ପୀଠ, ଚାରିଧାମର ପୀଠାଧୀଶ୍ୱର, ବିଶିଷ୍ଟ ଧର୍ମଗୁରୁ ଓ ଖ୍ୟାତନାମା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ନିମନ୍ତ୍ରଣପତ୍ର ବାଣ୍ଟିବାପାଇଁ ରାଜ୍ୟ ଭିତରେ ୧୩ଟିଦଳ ଓ ରାଜ୍ୟ ବାହାରକୁ ୧୭ଟି ଦଳ କୁନେଇ ସମୁଦାୟ ୩୦ ପ୍ରତିନିଧି ଦଳ ପବିତ୍ର ମାର୍ଗଶିର ପୂର୍ଣ୍ଣିମାରୁ ବାହାରିଛନ୍ତି ।ଆଜି ଏକ ପ୍ରତିନିଧିଦଳ ପ୍ରଥମେ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର‌୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି । ମହାପ୍ରଭୁଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ଗୋଟେଚାଉଳ ଗୋଟେଗୁଆ ପ୍ରଦାନ କରାଯାଇଛି।

- Advertisement -

Leave A Reply

Your email address will not be published.