ମୁଣ୍ଡବିହିନ ମହିଳାଙ୍କ ଶବ ମିଳିବା ଘଟଣାରୁ ଉଠିଲା ପରଦା , ମିଳିଲା କଟା ମୁଣ୍ଡ ଓ ପରିଚୟ ,୨ ଅଭିଯୁକ୍ତ ଗିରଫ

0 449

ଭୁବନେଶ୍ବର:୧୧/୨(ଏସଏସଏନ୍)କିଛି ଦିନ ବ୍ୟବଧାନ ପରେ ବହୁ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ମୁଣ୍ଡବିହିନ ମହିଳାଙ୍କ ଶବ ଉପରୁ ପରଦା ହଟିଛି । ମହିଳାଙ୍କ ପରିଚୟ ମିଳିଥିବା ବେଳେ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ମୃତ ମହିଳାଙ୍କ ନାଁ ପୁଷ୍ପଲତା , ଘର ଗଞ୍ଜାମରେ ବୋଲି ପୁଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି ଅଭିଯୁକ୍ତ ।  ପ୍ରକାଶ ଯେ ଗତ ୪ତାରିଖ ଦିନ ଭୁବନେଶ୍ବର ଅନ୍ଧାରୁଆ-ଦାସପୁର ରାସ୍ତା କଡରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ ଆଣି ଏହିଠାରେ ହତ୍ୟା କରାଯାଇଛି ନା ବାହାରେ ହତ୍ୟାକରି ମହିଳାଙ୍କୁ ଏଠାରେ ଫୋପାଡି ଦିଆଯାଇଛି ତାର ତଦନ୍ତ ଜାରି ରଖିଥିଲା କମିସନରେଟ ପୁଲିସ । ଅନ୍ୟପକ୍ଷରେ ମୃତ ମହିଳାଙ୍କ ପରିଚୟ ମଧ୍ୟ ମିଳିପାରି ନ ଥିଲା। ଯାହାକି ଏକ ଚିନ୍ତାର ବିଷୟ ପାଲଟିଥିଲା ।  ମହିଳାଙ୍କ ପରିଚୟ ଜାଣିବା ପାଇଁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଯୋଜନା କରାଯାଉଥିବା ଗତକାଲି କମିଶନରେଟ ପୁଲିସ୍‌ ପକ୍ଷରୁ କୁହାଯାଇଥିଲା।

ମହିଳାଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଓ ଆଖପାଖ ଥାନାକୁ ପୁଲିସ ଖବର ଦେଇଥିଲା। ଜଣେ ଆଡିସିନାଲ୍‌ ଏସ୍‌ପି ରାଙ୍କର ଅଫିସରଙ୍କ ତତ୍ତ୍ୱବଧାନରେ ଏକ ୫ ଜଣିଆ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ମହିଳାଙ୍କ ପରିଚୟ ଜାଣିବା ପାଇଁ ରାଜଧାନୀର ବିଭିନ୍ନ ଅଞ୍ଚଳରେ ପୋଷ୍ଟର ମଧ୍ୟ ମରାଯାଇଥିଲା। ମହିଳାଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି ପୂର୍ବରୁ ପୁଲିସ ଘୋଷଣା କରିଥିଲା। ତେବେ ଆଜି ଏହି ଘଟଣା ଉପରୁ ପରଦା ହଟିଛି । ଏହି ଘଟଣାରେ ପୁଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରିବା ସହ କଟାମୁଣ୍ଡ ମଧ୍ୟ ଠାବ କରିଛି।  ଅଭିଯୁକ୍ତକୁ ଧରି ଘଟଣାସ୍ଥଳକୁ ନେଇ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ କଟାମୁଣ୍ଡ ଖୋଜିବା ଆରମ୍ଭ କରିଥିଲା। ଶେଷରେ କଟାମୁଣ୍ଡ ମୃତଦେହ ପଡ଼ିଥିବାସ୍ଥଳରୁ ୨କି.ମି ଦୂର ଭରତପୁର ଜଙ୍ଗଲରୁ ଜବତ ହୋଇଥିବା ସୂଚନା। ଅଭିଯୁକ୍ତ ଦ୍ବୟଙ୍କ ମଧ୍ୟରୁ ଜଣେ ଡ୍ରାଇଭର ହୋଇଥିବା ବେଳେ ଆଉ ଜଣେ ତାଙ୍କ ସହଯୋଗୀ ବୋଲି ଜଣାପଡ଼ିିଛି। ଏଥିସହିତ ମୃତ ମହିଳାଙ୍କର ପରିଚୟ ମଧ୍ୟ ମିଳିଛି । ମୃତ ମହିଳାଙ୍କ ନାଁ ପୁଷ୍ପଲତା , ଘର ଗଞ୍ଜାମରେ ବୋଲି ପୁଲିସ ଆଗରେ ମହିଳାଙ୍କ ପରିଚୟ ଦେଇଛି ଅଭିଯୁକ୍ତ । ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ କମିଶନରେଟ୍‌ ପୁଲିସ ପ୍ରେସମିଟ୍‌ ଜରିଆରେ ସମ୍ପୂର୍ଣ୍ଣ ତଥ୍ୟର ସୂଚନା ଦେବେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ଜବତ ହୋଇଥିବା କଟାମୁଣ୍ଡକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଗଣ୍ଡି ଏବଂ ମୁଣ୍ଡ ସମାନ ମହିଳାଙ୍କର କି ନାହିଁ ପରୀକ୍ଷା କରାଯିବ। ଜବତ ମୁଣ୍ଡ, ଗଣ୍ଡିର ଡିଏନଏ ପ୍ରୋଫାଇଲିଂ କରାଯିବ। ଟିସ୍ୟୁ, ବୋନ୍ , ରକ୍ତ ମନୁନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ ସହ ଡିଏନଏ ପ୍ରୋଫାଇଲିଂ ହେବ ବୋଲି ଫୋରେନସିକ୍ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.