ମୁଣ୍ଡଳୀବ୍ରିଜରୁ ଯୁବକ ଡେଇଁ ନିଖୋଜ

0 528

ବାରଙ୍ଗ,୨୮/୧୦(ଏସଏସନିୟୁଜ)ଗୋଡିସାହିଫଣ୍ଡି ଅଧିନସ୍ଥ ମୁଣ୍ଡଳୀବ୍ରିଜ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ଆମ୍‌ହତ୍ୟା ଉଦ୍ୟମ କରି ନିଖୋଜ ଅଛନ୍ତି । ଆତ୍ମହତ୍ୟାର ପକୃତ କାରଣ ଜଣାପଡିନଥିବାବେଳେ କାମ କରୁଥିବା ଘରୋଇ କମ୍ପାନୀର ଚାପ ଯୋଗୁ ଏପରି କରିଥିବାର ତାର ପରିବାର ଲୋକ କହିଛନ୍ତି ।ନିଖୋଜ ଯୁବକ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀରେ ରହୁଥିବା ବ୍ରହ୍ମପୁର ଅଂଚଳର ଚନ୍ଦ୍ରମଣି ତ୍ରିପାଠୀ(୩୫) ।
ଗୁରୁବାର ଅପରାହ୍ନରେ ଓଡି୦୭-ପି-୧୨୮୬ନଂ ସ୍କୁଟି ଯୋଗେ ଯୁବକ ଜଣକ ମୁଣ୍ଡଳୀ ବ୍ରିଜ ଉପରକୁ ଆସିଥିଲେ ।ବ୍ରିଜ ଉପରେ ଗାଡି ରଖି କିଛି ମସୟ ବୁଲାବୁଲି କରିବାପରେ ସ୍କୁଟି ଉପରେ ହେଲମେଂଟ ଓ ମୋବାଇଲକୁ ରଖି ବ୍ରିଜର ଉପରୁ ମହାନଦୀକୁ ଡେଇଁ ପଡିଥିଲେ । ବ୍ରିଜ ଉପରେ ଥିବା ସ୍ତାନୀୟ ଲୋକମାନେ ଏହା ଦେଖି ବାରଙ୍ଗଥାନାକୁ ଖବର ଦେବାପରେ ବାରଙ୍ଗଥାନାପୋଲିସ ,ବାରଙ୍ଗ ଦମକଳବାହିଣି ଓ ଓଡ୍ରାପ୍ଟ ଟିମ୍ ଆସି ଖୋଜାଖୋଜି ଆରମ୍ଭ କରିଥିଲେ ।କିନ୍ତୁ ସନ୍ଧ୍ୟା ହୋଇ୍‌ଯିବା ଯୋଗୁ ନିଖାଜେ ଯୁବକର ସନ୍ଧାନ ମିଳିପାରିନଥିଲା ।ତେବେ ସ୍କୁଟିରେଥୁଆ ହୋଇଥିବା ମୋବାଇଲ ଯୋଗୁ ଯୁବକର ପରିଚୟ ମିଳିବା ସହ ପୋଲିସ ତାର ପରିବାରଲୋକଙ୍କୁ ସୁଚନା ଦେଇପାରିଥିଲେ ।

Leave A Reply

Your email address will not be published.