ନନ୍ଦନକାନନକୁ ଆସିବ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ

0 170

ବାରଙ୍ଗ,୨୮/୧୦(ଏସଏସନିୟୁଜ)ନନ୍ଦନକାନନକୁ ପ୍ରଥମକରି ଆସିବ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ ।ଏହାଦ୍ୱାରା ଜୀବଜନ୍ତୁମାନଙ୍କ ଜନ୍ମଗତ ସମସ୍ୟାର ସମାଧାନ ହେବ ।ଗର୍ଭଧାରଣ କରିଛି କି ନାହିଁ ,କେତେ ପିଲା ରହିଛନ୍ତି ,ପିଲାର ଆକାର ଓ ଜନ୍ମର ସମୟସୀମା ଏସବୁର ସଠିକ ବିବରଣୀ ମିଳିପାରିବ ।ଫଳରେ ପ୍ରସବକୁ ନେଇ ବେଳେବେଳେ ଦେଖାଦେଇଥିବା ତୃଟିପୁର୍ଣ ଗଣନାର ଏହାଦ୍ୱାରା ପୁର୍ଣଛେଦ ହୋଇପାରିବ । ସମୁଦାୟ ୪୫ ଲକ୍ଷ ଟଙ୍କାର ବ୍ୟୟବରାଦରେ ନନ୍ଦନକାନନକୁ ଜନ୍ତୁ ଅଲଟ୍ରାସାଉଣ୍ଡ ମେସିନ ଆସିବ । ସେଥିମଧ୍ୟରେ ରହିଛି ୨୦ଲକ୍ଷଟଙ୍କାମୁଲ୍ୟର ପୋଟେବୁଲ ଏକ୍ସରେମେସିନ,୫ଲକ୍ଷଟଙ୍କା ମୁଲ୍ୟର ଅଲଟ୍ରାସାଉଣ୍ଡ ଗ୍ରାପିକ୍ସ ମେସିନ, ,୧୦ଲକ୍ଷଟଙ୍କାବ୍ୟବୟବରାଦରେ ଗ୍ୟାସୀୟମେସନ ଓ ୧୦ଲକ୍ଷଟଙ୍କା ବ୍ୟୟବରାଦରେ ଅନ୍ୟାନ୍ୟ ଅନୁସଙ୍ଗିକ ମେସିନ ଆସିବ । ଏହି ମେସିନ ଦ୍ୱାରା ବାଘସିଂହଆଦି ଜୀବଜନ୍ତୁମାନଙ୍କର ପ୍ରଗେନ୍ସି ବିଷୟରେ ସଠିକ ତଥ୍ୟ ଜଣାପଡିବ । ଏହି ପଦ୍ଧତିକୁ ପ୍ରଥମେ ଗୁଜୁରାଟ ଚିଡିଆଖାନା ଆପଣେଇଥିବାବେଳେ ନନ୍ଦନକାନନରେ ଏହାକୁ ପ୍ରଥମଥର ପାଇଁ ବ୍ୟବହାର କରିବାକୁ ଯାଉଛି ।ଏଥିନିମନ୍ତେ ମାର୍ଚ୍ଚ ସୁଦ୍ଦା ନନ୍ଦନକାନନକୁ ଏହି ମେସିନଆସିବ ବୋଲି ଜଣାପଡିଛି ।

 

Leave A Reply

Your email address will not be published.