ନା ତାମିଲନାଡୁ ନା କେରଳ ମିଳିଲା

ଖବର ଆଜିର,ତାରିଖ ୦୩--୦୫-୨୦୨୧/ ସୋମବାର

0 274

୧-ପୁଣି ଫେରିଲା ଲକଡାଉନ୍ । ମେ ୫ ରୁ ୧୯ ଯାଏଁ ତାଲାବନ୍ଦ । ସକାଳ ୬ରୁ ୧୨ଟା ଯାଏଁ ଅଧ କିଲୋମିଟର ଭିତରେ ଚାଲିଚାଲି ଯାଇ କିଣି ପାରିବେ ସଉଦା ।
୨-ମମତା ବାନାର୍ଜୀ ନୁହେଁ ବିଜେପିର ଶୁଭେନ୍ଦୁ ଅଧିକାରୀ ଜିତିଲେ ନନ୍ଦୀଗ୍ରାମ ବିଧାନସଭା ଆସନ ।
୩-ମମତାଙ୍କୁ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ, କରୋନାରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ଦେଲେ ଆଶ୍ଵାସନା .।
୪-ତାମିଲନାଡୁରେ ବଦଳିଗଲା ସରକାର, ଶାସନକୁ ଆସିଲା ଡିଏମକେ । ଆସାମରେ କ୍ଷମତା ବଜାୟ ରଖିଲା ବିଜେପି, କେରଳରେ ପୁଣି ଜିତିଲା ବାମ ସାମୁଖ୍ୟ, ପୁଡୁଚେରୀରେ କ୍ଷମତାକୁ ଆସିଲା ଏନଡିଏ
୫-ନା ତାମିଲନାଡୁ ମିଳିଲା-ନା କେରଳ, ବିଜେପି ପାଇଁ ଏବେ ମଧ୍ୟ ବହୁ ଦୂର ଦକ୍ଷିଣ .
୬-ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନଙ୍କ ଉପରକୁ ଅଙ୍ଗୁଳି ଉଠାଇଲେ ମମତା । କହିଲେ ପକ୍ଷପାତିତା ବିରୋଧରେ ଯିବେ କୋର୍ଟ, ସେପଟେ ନନ୍ଦିଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଲେ ଶୁଭେନ୍ଦୁ ଅଧିକାରୀ ।
୭-ନା ଭୂତାଣୁକୁ ଭୟ, ନା ନିୟମକୁ ଡର । କରୋନାରେ ଜୀବନ ବାଜିରେ ଲାଗୁଥିବା ବେଳେ ରେଜଲ୍ଟ ଆସୁ ଆସୁ ଏକାଠି ହୋଇ ଉତ୍ସବ ମନେଇଲେଣି ସମର୍ଥକ ।
୮-ଲକଡାଉନ୍ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି । କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ।
୯-ସ୍ଥଗିତ ହୋଇପାରେ ନିଟ୍ ପରୀକ୍ଷା, ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇପାରେ କୋଭିଡ୍ ଡ୍ୟୁଟି
୧୦-କୋଭିଡ ପରିସ୍ଥିତିରେ ସୁଧ ହାର ସ୍ଥିର ରଖିବାକୁ ପ୍ରୟାସ କରିବ ଏସବିଆଇ ।
୧୧-ହସ୍ପିଟାଲରେ ଭର୍ତ୍ତି ହେଲେ ଚଳିତ ଆଇପିଏଲ ସିଜିନର ଷ୍ଟାର କ୍ରିକେଟର୍ ଲୋକେଶ ରାହୁଲ । ପେଟରେ ଆପେଣ୍ଡିସାଇଟସ୍ ହୋଇଥିବା କାରଣରୁ ସେ ଭର୍ତ୍ତି ହୋଇଥିବା ଜଣାଯାଇଛି ।
୧୨-ସାମ୍ବାଦିକଙ୍କୁ ଆଗଧାଡିର କରୋନା ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା, ଉପକୃତ ହେବେ ରାଜ୍ୟର ୬,୯୪୪ ସାମ୍ବାଦିକ ।.
୧୩-ଦେଶରେ କୋଭିଡ୍‌-୧୯ ସଂକଟ: ଓଡ଼ିଶା ୯ ଦିନରେ ୮ଟି ରାଜ୍ୟକୁ ଯୋଗାଇଛି ୩୪୧୧୦୩୨ ମେଟ୍ରିକ ଟନ୍ ଅମ୍ଳଜାନ ।
୧୪-IPL ୨୦୨୧ : ହାଇଦ୍ରାବାଦକୁ ୫୫ ରନରେ ମାତ ଦେଲା ରାଜସ୍ଥାନ ରୟାଲସ୍ ।
୧୫-ଅଗ୍ରୱାଲଙ୍କ ୯୯ଞ୍ଚ ନିଷ୍ଫଳ ; ପଞ୍ଜାବକୁ ହରାଇ ଶୀର୍ଷରେ ଦିଲ୍ଲୀ ।
୧୬-ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲା ବସ୍ ମାଲିକ ସଂଘ: ୩ ମାସର ଟିକସ ଛାଡ଼, କର୍ମଚାରୀଙ୍କୁ ଆର୍ଥିକ ପ୍ୟାକେଜ ଦିଆଯାଉ
୧୭-ମୋଟୁ ସୀମା ଦେଇ ଫେରୁଛନ୍ତି ଶତାଧିକ ପ୍ରବାସୀ; ହାଇଦ୍ରାବାଦରୁ ମାଲକାନଗିରି ଆସି ଫସିଗଲେ ଶହ ଶହ ପ୍ରବାସୀ । ।ଶୁଭ ସକାଳ,ସୁପ୍ରଭାତ।
କରୋନାର ୨ୟ ଲହର ଅଧିକ ଘାତକ ଅଟେ, ଆବଶ୍ୟକ ନଥିଲେ ବାହାରକୁ ବାହାରନ୍ତୁ ନାହିଁ, ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ଘରକୁ ଫେରିଲେ ହାତ ଧୁଅନ୍ତୁ ଓ ଯେକୌଣସି ପରିସ୍ଥିତିରେ ଦୂରତା ବଜାୟ ରଖନ୍ତୁ। ମାସ୍କ ପିନ୍ଧିବା, ହାତ ଧୋଇବା ଓ ଶାରୀରିକ ଦୂରତା ରଖିବା ଆମର ନୈତିକ ଦାୟୀତ୍ୱ – ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡ଼ିଶା ସରକାର।

Leave A Reply

Your email address will not be published.