ନବବଧୂଙ୍କଝୁଲନ୍ତା ମୃତ ଦେହ ଉଦ୍ଧାର

0 342

ଜଟଣୀ,୭/୬(ଏସଏସନିୟୁଜ) ଜଟଣୀ ଥାନା ଅନ୍ତର୍ଗତ ବିକାଶନଗରରେଥିବା ଏକ ଭଡାଘରୁ ନବବିବାହିତା ବଧୂଙ୍କର ମୃତ୍ୟୁଦେହ ଉଦ୍ଧାର ହୋଇଛି । ଜଟଣୀ ବିକାଶନଗର ଅଞ୍ଚଳର ଗୀତାଞ୍ଜଳି ବାରିକଙ୍କ ଝିଅ ପ୍ରଭାତୀ (୨୦) ଏହି ଥାନା ଅନ୍ତର୍ଗତ ବିଶିଆପଡା ଗ୍ରାମର ଦିଲ୍ଲୀପ ମହାପାତ୍ରଙ୍କୁ ଗତ ଚାରି ମାସ ତଳେ ପ୍ରେମ ବିବାହ କରିଥିଲେ । ପରିବାରଲୋକଙ୍କ ଅନିଛାସତ୍ୱେ ଏହି ବିବାହ ହୋଇଥରବାରୁ ଉଭୟ ବିକାଶ ନଗରରେ ଏକ ଭଡା ଘରେ ରହୁଥିଲେ ।ଆଜି ରହୁଥିବା ଭଡା ଘରର ପଙ୍ଖାରେ ଲୁଗା ସାହାଯ୍ୟରେ ଝୁଲି ପ୍ରଭାତୀ ଆତ୍ମହତ୍ୟା କରିଥିବାର ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ ।ପୋଲିସ ୨୬୮/୨୧ରେ ଅପମୃତ୍ୟୁ ମାମଲା ୠଜୁକରି ଶବବ୍ୟବଛେଦ ପାଇଁ ପଠାଇଛି ।ତେବେ ମୃତ୍ୟୁର କାରଣ ଅସଷ୍ଟ ରହିଥିବାର ଜଣାପଡିଛି ।

Leave A Reply

Your email address will not be published.