ବିଧବା ମହିଳାଙ୍କୁ ଅପହରଣ କରି ଗଣଦୁଷ୍କର୍ମ ଅଭିଯୋଗ

0 249

ଭୁବନେଶ୍ୱର,୮/୬(ଏସଏସନିୟୁଜ) ପରିବା ବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।ମହିଳାଙ୍କୁ ଅପହରଣ ପରେ ୨ଦିନ ଧରି କାଜୁଜଙ୍ଗଲରେ ଗଣଦୁଷ୍କର୍ମ କରାଯାଇଥିବାର ଜଣାପଡିଛି । କୌଶଳ କ୍ରମେ ପୀଡିତା ସେଠାରୁ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଆସି ଶନିବାର ବଡ଼ବିଲ ଥାନାରେ ଅଭିଯୋଗ କରିବାପରେ ଘଟଣା ପଦାକୁ ଆସିଛି । ସୁନ୍ଦରଗଡ଼ ଜିଲ୍ଲା କୋଇଡା ହାଟରେ ପରିବା ବିକ୍ରିକରି ଗୁରୁବାରଦିନ ବିଧବା ମହିଳାଜଣଙ୍କ ବଡ଼ବିଲସ୍ଥିତ ନିଜ ଘରକୁ ଫେରୁଥିଲେ । ଗୁରୁଦ୍ୱାରା ଛକରୁ ଏକ ସ୍କୋର୍ପିଓରେ ତାଙ୍କୁ ଅପହରଣ କରି ଦୁଇଦିନ ଧରି ଅଭିଯୁକ୍ତମାନେ ତାଙ୍କୁ ବଡ଼ବିଲ ଥାନା ଅନ୍ତର୍ଗତ କାଜୁ ଜଙ୍ଗଲରେ ରଖି ଦୁଷ୍କର୍ମ କରିଥିଲେ । ପୀଡିତା ଜଣଙ୍କ କୌଶଳ କ୍ରମେ ସେମାନଙ୍କ କବଳରୁ ଶୁକ୍ରବାର ବିଳମ୍ବିତ ରାତିରେ ପଳାଇଆସି ଶନିବାର ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ତଦନ୍ତ କରି ନାବାଳକ ସମେତ ୩ଜଣ ଗିରଫ କରିଥିବାର ଜଣାପଡିଛି ।

Leave A Reply

Your email address will not be published.