ସାତପାଟିଆ ହେଲା କଣ୍ଟେନମେଣ୍ଟ ଜୋନ୍

0 251

ଓଡ଼ଗାଁ ,୭/୬(ଏସଏସନିୟୁଜ) ସାତପାଟିଆ ହେଲା କଣ୍ଟେନମେଣ୍ଟ ଜୋନ୍ । ଓଡ଼ଗାଁରେ କରୋନା ସଂକ୍ରମଣ ଦିନକୁ ଦିନ ବଢୁଥିବାରୁ ପ୍ରଶାସନ ପାଇଁ ଚିନ୍ତାର କାରଣ ପାଲଟିଛି ।ଏହାକୁ ଦୃଷ୍ଟିରେ ରଖି ଅନେକ ଗ୍ରାମକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି ।ଏହାସହିତ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ସୁନାମୁହିଁ ପଞ୍ଚାୟତର ସାତପାଟିଆ ଗ୍ରାମକୁ ତହସିଲଦାର ବିଜୟୀତା ସାମନ୍ତସିଂହାର କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ ସ୍ବାସ୍ଥ୍ୟ ବିଭାଗ ଟିମ୍ ଯାଇ ତଦାରଖ କରିବା ସହ ବାହାର ଲୋକଙ୍କ ପ୍ରବେଶକୁ ବାରଣ କରାଯାଇଛି ।କେବଳ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ଚାଲୁରହିବ ।

Leave A Reply

Your email address will not be published.