ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’

 ସକାଳର ଖବର, ୮-ଜୁନ-୨୦୨୧, ମଙ୍ଗଳବାର

0 305

୧-୧୮ ବର୍ଷରୁ ଉର୍ଦ୍ଧ୍ବ ସମସ୍ତ ନାଗରିକଙ୍କୁ ମାଗଣା ଟୀକା ଘୋଷଣା କଲେ ପ୍ରଧାନମନ୍ତ୍ରୀ ମୋଦୀ । ଜୁନ ୨୧ ସୋମବାର ଠାରୁ ଆରମ୍ଭ ହେବ ଟୀକାକରଣ ।
୨-ନଭେମ୍ବର ମାସ ଯାଏ ୮୦ କୋଟି ଲୋକଙ୍କୁ ମିଳିବ ମାଗଣା ରାସନ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ।  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ।
୩-ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଟିକାକରଣକୁ ଏକ ମିଶନ ଭାବେ ଗ୍ରହଣ କରିଥିବାରୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ।
୪-ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମରାଠା ଏବଂ ଓବିସି ସଂରକ୍ଷଣ ସହ ବାତ୍ୟା ତଉକତେ ସହାୟତା ସମ୍ପର୍କରେ କରିବେ ଆଲୋଚନା ।
୫-ଆସନ୍ତାକାଲି ଭର୍ଚୁଆଲ ମୋଡରେ କୋରାପୁଟର ମେଡିକାଲ ଅକ୍ସିଜେନ ପ୍ଲାଂଟର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।
୬-ଭାରତର ଏମଏସଏମଇ କ୍ଷେତ୍ରର ବୃଦ୍ଧି ପାଇଁ ୫୦ କୋଟି ଡଲାର ପ୍ରୋଗ୍ରାମକୁ ମଞ୍ଜୁରୀ ଦେଲା ବିଶ୍ୱ ବ୍ୟାଙ୍କ ।
୭-ଏକାମ୍ର କ୍ଷେତ୍ର ଉନ୍ନତି ପ୍ରକଳ୍ପ ପାଇଁ ଗଠନ ହେଲା ପ୍ରକଳ୍ପ ଉପଦେଷ୍ଟା କମିଟି, ଡକ୍ଟର ସନ୍ତୃପ୍ତ ମିଶ୍ର ହେଲେ କମିଟି ଅଧ୍ୟକ୍ଷ ।
୮-ଓଡିଶା ପ୍ରଶାସନିକ ଟ୍ରିବ୍ୟୁନାଲ ଉଚ୍ଛେଦ ନିଷ୍ପତ୍ତିକୁ କାଏମ ରଖିଲେ ହାଇକୋର୍ଟ । ୨୦୧୯ ଅଗଷ୍ଟ ୭ ରାୟକୁ ଚ୍ୟାଲେଂଜ କରି ହୋଇଥିବା ୬ଟି ରିଟ୍ ପିଟିସନ୍ ହେଲା ଖାରଜ ।
୯-ଚଳିତ ବର୍ଷ ଡିସେମ୍ବର ଶେଷ ସୁଦ୍ଧା ୨୦୦ କୋଟି ଡୋଜ୍ ଟିକା ଉପଲବ୍ଧ କରାଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ।
୧୦-କରୋନା ଔଷଧ ତିଆରି କଲା ରିଲାଏନ୍ସ । ନିକଲୋସାମାଇଡ୍‌ର ବ୍ୟବହାର ପାଇଁ ଦେଲା ପ୍ରସ୍ତାବ
୧୧-କୁନି ପିଲାଙ୍କ କରୋନା ଟିକା । କ୍ଲିନିକାଲ ଟ୍ରାଏଲ ପାଇଁ ସରକାରଙ୍କ ଅନୁମୋଦନ ପରେ ଟିକା ପରୀକ୍ଷା ପାଇଁ ଦିଲ୍ଲୀ ଏମ୍ସରେ ଆରମ୍ଭ ହେଲା ସ୍କ୍ରିନିଂ ପ୍ରକ୍ରିୟା ।
୧୨-ଶକ୍ତିଶାଳୀ ହେବ ଭାରତୀୟ ନୌସେନା, ଜୁଲାଇରେ ମିଳିବ ଘାତକ ହେଲିକପ୍ଟର ରୋମିଓ । ଏଥିପାଇଁ ୨୦୨୦ ରୁ ଭାରତ ଏବଂ ଆମେରିକା ମଧ୍ୟରେ ୧୬ ହଜାର କୋଟି ଟଙ୍କାର ଡିଲ୍‌ ହୋଇଥିଲା ।
୧୩-ମୁମ୍ବାଇରୁ ଉଡ଼ାଣ ଭରିଥିବା ବିମାନ ୟୁକେ ୭୭୫ କୋଲକାତାରେ ଅବତାରଣା କରିବା ପୂର୍ବରୁ ବାୟୁ ଚାପ ଜନିତ ଅସନ୍ତୁଳତାର ହେଲା ଶିକାର । ଗୁରୁତର ଆହତ ହେଲେ ୩ଜଣ ଯାତ୍ରୀ ।
୧୪-ନୋଏଡାଠାରେ ବିଶ୍ୱ ସ୍ତରୀୟ ଫିଲ୍ମ ସିଟି ନିର୍ମାଣ ପ୍ରକ୍ରିୟା ଆରମ୍ଭ, ଆଜି ଡିଆରପି ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ଯୋଗୀ ।
୧୫-ଟିକାକରଣକୁ ବ୍ୟାପକ କରିବା ପାଇଁ କେଜ୍ରିୱାଲ ସରକାର ଆରମ୍ଭ କଲେ ‘ବୁଥ୍ ଯେଉଁଠି, ଟିକା ଦିଆଯିବ ସେଇଠି’ ଯୋଜନା । ଜୁନ୍ ମାସ ଭିତରେ ୪୫ ବର୍ଷରୁ ଅଧିକଙ୍କୁ ଟିକାକରଣର ଟାର୍ଗେଟ୍ ।
୧୬-ଅନଲକ୍‌ର ପ୍ରଥମ ଦିନରେ ହିଁ ଦିଲ୍ଲୀବାସୀଙ୍କୁ ମିଳିଲା ବଡ ଆଶ୍ଵସ୍ତି, କୋହଳ ହେଲା ଲକଡାଉନ୍ । ଖୋଲିଲା ଦୋକାନ ବଜାର, ଚାଲିଲା ମେଟ୍ରୋ । କୋହଳ ହେଲା ଲକଡାଉନ୍ । ଖୋଲିଲା ଦୋକାନ ବଜାର, ଚାଲିଲା ମେଟ୍ରୋ ।
➡️୧୭- ମହାକାଶକୁ ଯାଉଥିବା ପ୍ରଥମ କୋଟିପତି ହେବେ ଆମାଜନ ସିଇଓ ଜେଫ ବେଜୋସ । ସେ ଜୁଲାଇ ୨୦ ରେ ନିଜ ଭାଇଙ୍କ ସହ ମହାକାଶକୁ ଯିବେ ।
ଆନ୍ଧ୍ରପ୍ରଦେଶ ରେ ଜୁନ୍‌ ୨୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌, ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ-ବଜାର । ପୂର୍ବରୁ ଜୁନ୍‌ ୧୦ ତାରିଖ ପର୍ଯ୍ୟନ୍ତ ଥିଲା ।
୧୮-ଜୁଲାଇ ୨୩ରୁ ଆରମ୍ଭ ହେଉଥିବା ଅଲମ୍ପିକ୍‍ କ୍ରୀଡ଼ା ପାଇଁ ଭାରତର ୧୪ଟି ବିଭାଗରେ ଭାଗ ନେବେ ୫୬ ପୁରୁଷ ଓ ୪୪ ମହିଳା ପ୍ରତିଯୋଗୀ, ମନ ଲଗାଇ କରୁଛନ୍ତି ଅଭ୍ୟାସ ।
୧୯-ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ୧୩ରୁ ଆରମ୍ଭ ହେବ ଦିନିକିଆ ଓ ଟି-୨୦ ସିରିଜ୍‌ । ଏହି ସିରିଜ୍‌ର ପୂରା ପ୍ରସାରଣ ଟେନ ସ୍ପୋର୍ଟ୍ସ ରେ ହେବ ।
୨୦-ଆଇପିଏଲର ଅବଶିଷ୍ଟ ମ୍ୟାଚ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରୁ ଅକ୍ଟୋବର ୧୫ ଯାଏଁ ଖେଳାଯିବ । ୟୁଏଇର ଶାରଜାହ ଏବଂ ଆବୁ ଧାବୀରେ ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳାଯିବ ।
ସର୍ବଦା ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଓ ସାମାଜିକ ଦୂରତା ବଜାୟ ରଖନ୍ତୁ ।।ଶୁଭ ସକାଳ,ସୁପ୍ରଭାତ

Leave A Reply

Your email address will not be published.