ଭୁବନେଶ୍ୱର,୮ା୨(ଏସଏସନିଉଜ)ଆସନ୍ତାକାଲି ନବଦାସଙ୍କ ଦଦଶାହ ଥିବାବେଳେ ଶ୍ରଦ୍ଧାଞ୍ଜଳି ସଭାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବାକୁ ଯାଉଛନ୍ତି ।ମିଳିଥିବା ସୂଚନାମୁତାବକ ନବ ଦାସଙ୍କ ଦ୍ଵାଦଶାହ ଓ ଶ୍ରଦ୍ଧାଞ୍ଜଳି ସଭାପାଇଁ ଝାରସୁଗୁଡା ସରବାହାଲର ହାଇସ୍କୁଲପଡିଆରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରୁ ମିଳିଥିବା ସୂଚନାମୁତାବକ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଦିନ ୧୨ଟା୧୫ରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେବୋ ସେଠାରେ ପ୍ରାୟ ଅଧଘଣ୍ଟା ରହିବାପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବୋଅନ୍ୟପଟେ ଏହି ସଭାରେ ଝାରସୁଗୁଡା , ସମ୍ବଲପୁର ସହ ଆଖପାଖ ଜିଲ୍ଲାରୁ ବହୁଲୋକ ଯୋଗଦେବେ ବୋଲି ଜଣାପଡିଛିାଆଜି ନବଙ୍କପୁଅ ବିଶାଳ ଦାସ ଓ ଝିଅ ଦିପାଲି ଦାସ ଝାରସୁଗୁଡା ସରବାହାଲର ହାଇସ୍କୁଲ ପଡିଆରେ ପହଂଚି ପ୍ରସ୍ତୁତିର ତଦାରଖ କରିଥିଲୋ
