ନାବାଳକର ହତ୍ୟାକାରୀ ଆଉ ଜଣେ ନାବାଳକ

0 72

ଜଟଣୀ୩ା୧୧(ଏସଏସନିଉଜ) ଜଟଣୀଥାନା ବେଣାପଞ୍ଜରୀ ଗଡ଼ସାହି ଗାଁରେ ଘଟିଥିବା ନାବାଳକଛାତ୍ର ହତ୍ୟାକାଣ୍ଡର ରହସ୍ୟ ପୁଲିସ ଉନ୍ମୋଚନ କରିଛି । ପୁଲିସତଦନ୍ତପରେ ମୃତ ଶୁଭମ ସ୍ୱରୂପ ପାଲଟାସିଂହଙ୍କୁ ଅନ୍ୟଜଣେ ଜଣେ ନାବାଳକ ହତ୍ୟା କରିଥିବା ଜାଣିବାକୁପାଇଛିାଅଭିଯୁକ୍ତ ପୂର୍ବରୁ ଶୁଭମଙ୍କବାପା ତଥା ଶିକ୍ଷକ ମନୋଜସାର୍‌ଙ୍କ ପାଖରେ ଟ୍ୟୁସନ୍ ହେଉଥିଲା। ପୁଲିସ ଘଟଣାସ୍ଥଳରୁ ହତ୍ୟାରେବ୍ୟବହୃତ ରକ୍ତଭିଜାଛୁରି, କଲେଜବ୍ୟାଗ୍ ଓ ଚପଲ, ପୋଷାକ ଓ ନୋଟ୍ ବୁକ୍ ଜବତ କରିଛି।ଏହିଆଧାରରେ ନାବାଳକପାଖରେ ପୋଲିସ ପହଁଚି ତାକୁଥାନାକୁଆଣି ପଚରାଉଚରା ପରେ ହତ୍ୟା ଘଟଣା ପୁରା ସାମ୍‌ନାକୁ ଆସିଥିବାର ଡିସିପି ପ୍ରତୀକ ସିଂହ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ମନୋଜ ସାର୍ ଅଭିଯୁକ୍ତ ନାବାଳକର ବାକିଥିବା ଟିଉସନ୍ ଫି ବାରମ୍ୱାର ମାଗିବାକୁ କେନ୍ଦ୍ରକରି ସେ ସାର୍‌ଙ୍କ ପୁଅ ଶୁଭମଙ୍କୁ ହତ୍ୟା କରିଛି ବୋଲି ସ୍ବୀକାର କରିଥିବା ପୁଲିସ କହିଛି। ଅନ୍ୟପଟେ ପୁଲିସର କଥାକୁ ପରିବାର ଓ ଗ୍ରାମବାସୀ ସହଜରେ ଗ୍ରହଣ କରିପାରୁ ନଥିବାବେଳେ ସିବିଆଇ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

Leave A Reply

Your email address will not be published.