ଜେଲରେ ଗାୟକ ଦେବେଶ ପତି

0 89

ଭୁବନେଶ୍ୱର,୩ା୧୧(ଏସଏସନିଉଜ) ଲଚକ ମଣି ବେବିଲୋ’ ଗୀତଗାଇ ଚହଳ ପକାଇଥିବା ଓ ଚର୍ଚ୍ଚାରେ ରହିଥିବା କଣ୍ଠଶିଳ୍ପୀ ଦେବେଶ ପତିଙ୍କ ବିରୁଦ୍ଧରେ ଭଦ୍ରକର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀଥାନା ପୁଲିସ ତାଙ୍କୁ ଗିରଫ କରିଥିବାବେଳେ ଏବେସେ ଜେଲରେ ଥିବା ସୂଚନା ମିଳିଛି।ଯୁବତୀଙ୍କ ଅଭିଯୋଗ ମୁତାବକ ସେ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ରହୁଥିଲେ । ବିବାହର ପ୍ରତିଶ୍ରୁତି ଦେଇ ଦେବେଶ ଯୁବତୀଙ୍କ ସହ ଶାରିରୀକ ସଂପର୍କ ରଖିଥିବାସହ ତାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିବା ସେ ଅଭିଯୋଗରେ ଦର୍ଶାଇଥିଲୋ ଦେବେଶ ଅନ୍ୟ ଜଣେ ଗାୟିକାଙ୍କ ସହ ବୁଲାବୁଲି କରୁଥିବାର ଜାଣିବାକୁ ପାଇବାପରେ ବିବାହ କରିବାକୁ ଜିଦ ଧରିଥିଲେ ।ଏହାପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ କରିଦେବାକୁ ଧମକ ଦେବେଶ ଦେଇଥିଲେ ବୋଲି ଯୁବତୀ ଜଣଙ୍କ ଅଭିଯୋଗରେ ଉଲ୍ଲେଖ କରିଥିଲେ ।

Leave A Reply

Your email address will not be published.