ସହକାରୀଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ

0 107

କଟକ,୩ା୧୧(ଏସଏସନିଉଜ) ଆୟବହିର୍ଭୂତସଂପତ୍ତି ଠୁଳଅଭିଯୋଗରେ ସାଲେପୁର ଗ୍ରାମ୍ୟଉନ୍ନୟନବିଭାଗର ସହକାରୀଯନ୍ତ୍ରୀ ଅର୍ଜୁନକୁମାରସାହୁଙ୍କ ଘର ସମେତ ୮ ଟି ସ୍ଥାନରେ ଏକାକାଳୀନ ଚଢ଼ଉ କରୁଛନ୍ତି ଭିଜିଲାନ୍ସ ଟିମ୍। ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ଭିଜିଲାନ୍ସ ଟିମ୍ ଭୁବନେଶ୍ୱର , କଟକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ୮ ଟି ସ୍ଥାନରେ ଚଢ଼ଉ କରୁଛନ୍ତି । ଭୁବନେଶ୍ୱରର ଖଣ୍ଡଗିରି ବିହାରରେ ଥିବା ତିନି ମହଲା କୋଠା, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ୍ ତହସିଲ ଅନ୍ତର୍ଗତ ସଦାନନ୍ଦପୁର ଗ୍ରାମରେ ଥିବା ଦୁଇମହଲା କୋଠା, ବଳରାମପୁରରେ ଭଡ଼ାଘର, ରାୟପୁରରେ ସମ୍ପର୍କୀୟଙ୍କ ଘର, ବାଦାହାଟରେ ଘନିଷ୍ଠ ସହଯୋଗୀଙ୍କ ଘର, ଜିଲ୍ଲା କୃଷି କାର‌୍ୟ୍ୟାଳୟ, ନିକଟରେ ଥିବା ଅନ୍ୟ ଜଣେ ଘନିଷ୍ଠ ସହଯୋଗୀଙ୍କ ଭଡ଼ା ଘର, ସାଲେପୁରରେଥିବା ଅଫିସ୍ ରୁମ୍ ଓ ବାସଭବନରେ ଚଢ଼ଉ ଜାରି ରହିଛି।

Leave A Reply

Your email address will not be published.