ନବବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 162

ବିରିଡି,୧୨/୮(ଏସଏସନିୟୁଜ)ଏହିଥାନା ଅର୍ନ୍ତଗତ ହାଜିପୁର ବେହେରା ସାହି ଗ୍ରାମରେ ଜଣେ ନବବିବାହିତ ମହିଳାଙ୍କ ହାତବନ୍ଧା ଅବସ୍ଥାରେ ଝୁଲନ୍ତା ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ମୃତ ମହିଳାଙ୍କ ନାମ ସୁଚିତ୍ରା ବେହେରା (୨୪) । ୨୦୧୪ମସିହାରେ କୋଣାର୍କ ଥାନା ଅନ୍ତର୍ଗତ ଖଗିପୁର ଗ୍ରାମର ବୈକୁଣ୍ଠ ବେହେରାଙ୍କ କନ୍ୟା ସୁଚିତ୍ରା ସହିତ ପୁରୀରେ ଏକ ପାଉଁରୁଟି କାରଖାନାରେ କାମ କରୁଥିବା ବିରିଡିଥାନା ଅର୍ନ୍ତଗତ ହାଜିପୁର ବେହେରା ସାହି ଗ୍ରାମର ରାକେଶ ବେହେରାଙ୍କୁ ବିବାହ କରିଥିଲେ ।ତାଙ୍କର ଦେଢ଼ ବର୍ଷର ପୁଅଟିଏ ଅଛି। କୋଠା ଘରର ଶିଡି ପାଖରେ ଥିବା ଏକ ଲୁହା ହୁକରେ ରଶି ଲାଗିଥିବା ଓ ଦୁଇ ହାତ ଦୌଡିରେ ବନ୍ଧା ଯାଇଥିବା ଅବସ୍ଥାରେ ଶବଟି କୁ ପୋଲିସ ଜବତ କରିଛି । ସୁଚିତ୍ରାଙ୍କ ସ୍ବାମୀ ଏହାକୁ ଆତ୍ମହତ୍ୟା ବୋଲି ପୁଲିସ୍‌କୁ ସୂଚନା ଦେଇଥିବାବେଳେ ନିର‌୍ୟାତନା ଦେଇ ନୃଶଂସ ଭାବେ ହତ୍ୟା କରାଯାଇଛି ବୋଲି ମୃତକଙ୍କଭାଇ ଶିବ ପ୍ରସାଦ ଥାନାରେ ଅଭିଯୋଗ କରିଛନ୍ତି।ପୋଲିସ ୧୫୧/୨୧କେଶନଂରେ ଏକ ମାମଲା ରୁଜୁ କରି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।ସ୍ବାମୀ ରାକେଶ ବେହେରା, ଶ୍ବଶୁର ସଦାନନ୍ଦ, ଶାଶୂ ବୁଲି ଓ ଦୁଇ ପଡୋଶୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।

Leave A Reply

Your email address will not be published.