ନକଲିପୋଲିସକୁ ଧରିଲା ଅସଲି ପୋଲିସ

0 255

ଭୁବନେଶ୍ୱର,୭/୪(ଏସ୍‌ଏସ୍‌ନିୟୁଜ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ସଫଳତା । ଦୁଇଜଣ ନକଲିପୋଲିସକୁ ଧରିଲା ଅସଲି ପୋଲିସ । ଗତ ମାର୍ଚ୍ଚ୫ତାରିଖ ବିଳମ୍ବିତ ରାତିରେ ବଡ଼ ଧରଣର ଡକାୟତିଉଦ୍ୟମକୁ ପଣ୍ଡ କରିଥିଲା ବାଲିଗୁଡ଼ା ପୋଲିସ । ଘଟଣାରେ ଦୁଇଜଣ ଫେକ୍ ପୋଲିସ୍ ଅଫିସରକୁଗିରଫ କରିଥିବା ବେଳେ ଅନ୍ୟ ତିନିଜଣଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ । ସୂଚନାପ୍ରକାରେ ବାଲିଗୁଡ଼ା ପୋଲିସ ରାତ୍ରୀ କାଳୀନପେଟ୍ରୋଲିଂ କରୁଥିବା ବେଳେ ଖଡ଼ଗନଦୀ ପୋଲନିକଟ ଏକ ଅନ୍ଧାରୁଆ ସ୍ଥାନରେ କିଛି ସନ୍ଦିଗ୍ଧ ଲୁଚିରହିଥିବା ଦେଖିବାକୁ ପାଇଥିଲା ପୋଲିସ୍ । ପୋଲିସକୁ ଦେଖି ଦୌଡ଼ି ପଳାଇବା ବେଳେ ପିଛାକରି ଦୁଇଜଣଙ୍କୁ ପୋଲିସ୍ କାବୁ କରିବାରେ ସକ୍ଷମହୋଇଥିବା ବେଳେ ଅନ୍ୟ ତିନିଜଣ ଘଟଣାସ୍ଥଳରୁଫେରାର୍ ହୋଇଯାଇଥିଲେ । ଗିରଫ ଦୁଇଜଣପୋଲିସ୍ ଏଏସ୍ ଆଇ ପୋଷାକ ପିନ୍ଧି ନିଜକୁପୋଲିସ୍ ସଜେଇ କିଛି ସ୍ଥାନୀୟ ଦୁର୍ବୃତ୍ତଙ୍କ ସହ ମିଶିସେହି ରାସ୍ତା ଦେଇ ଯାଉଥିବା ଗାଡ଼ି ଓ ଲୋକମାନଙ୍କଠାରୁ ଡକାୟତି କରିବା ପାଇଁ ଏକ ବଡ଼ ଷଡ଼ଯନ୍ତ୍ରକରୁଥିଲେ ବୋଲି ପୋଲିସ କହିଛି । ସେପଟେ ଦୁଇଫେକ୍ ପୋଲିସ୍ ନିକଟରୁ ଗୋଟିଏ ମାରୁତି ସୁଇଫ୍ଟଡିଜାଏର କାର୍, ଗୋଟିଏ ଲୁହା ରଡ୍, ଦୁଇଟି ବେତଲାଠି,ଦୁଇହଳ ପୋଲିସ୍ ଡ୍ରେସ୍, ଗୋଟିଏ ଖେଳଣାପିସ୍ତଲ୍,ସାତୋଟି ପୋଲିସ୍ ଟୋପି ସହ ବିଭିନ୍ନମାରଣାସ୍ତ୍ର ଜବତ୍ କରିଥିଲା ପୋଲିସ । ଗିରଫଦୁଇଜଣ ବାଲିଗୁଡ଼ା ଥାନା ତେମାଙ୍ଗି ଓ ସିନ୍ଦ୍ରିଗାଁଅଞ୍ଚଳର ସିଦ୍ଧାନ୍ତ ମଲ୍ଲିକ ଓ ସୁଦର୍ଶନ ବିନ୍ଧାଣୀହୋଇଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

 

Leave A Reply

Your email address will not be published.