ନାମ କୀର୍ତ୍ତନରେ କମ୍ପିଲା ଧୋବାଡି ଗ୍ରାମ

ସାନଖେମଣ୍ଡି,୨୭।୩(ଏସଏସନିଉଜ)ଆସ୍କାବ୍ଲକ ଅନ୍ତର୍ଗତ ଧୋବାଡିଗ୍ରାମରେ ଶ୍ରୀରାମନବମୀ ମହାସମାରୋହ ଓ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।ରାମନବମୀ ପାଇଁବିଭିନ୍ନ ଦେବାଳୟମାନଙ୍କରେ ପ୍ରବଳଭିଡ ଦେଖିବାକୁ ମିଳିଥିଲା।ତେବେ ଧୋବାଡିଗ୍ରାମରେ ଏହାକୁ ନିଆରାଭାବରେ ପାଳିଛନ୍ତି ଗ୍ରାମବାସୀ।ଗ୍ରାମରେ ଥିବା ପ୍ରଭୁଶ୍ରୀରାମଙ୍କ ମନ୍ଦିରରେ ନିତିକାନ୍ତି ସହକାରେ ଗ୍ରାମବାସୀମାନେ ରାମନବମୀ ପାଳିଛନ୍ତି।ଗ୍ରାମ୍ୟକମିଟି ତତ୍ବାବଧାନରେ ଅନୁଷ୍ଟିତ ଏହିପର୍ବରେ ମନ୍ଦିରପରିସରରେ ଜଗତକଲ୍ୟାଣପାଇ ନାମକୀର୍ତ୍ତନ କରାଯାଇଥିଲା।ଶେଷରେ ଦାମୀକଳାକାରମାନଙ୍କୁ ନେଇ ଭଜନସମାରୋହ ସହ ସନ୍ଧ୍ୟାରେ ପ୍ରସାଦ ସେବନର ବ୍ୟବସ୍ଥାକରାଯାଇଥିଲା।ସୁଶାନ୍ତକୁମାରମହାନ୍ତି,ଈଶ୍ୱର ବିଶ୍ୱାଳଙ୍କ ସମେତ ଗ୍ରାମବାସୀମାନଙ୍କ ସହ ଗ୍ରାମର ଯୁବକମାନେ ଏହାକୁ ପରିଚାଳନା କରିଥିଲେ।ସାନଖେମଣ୍ଡିରୁ ଦିଲ୍ଲିପକୁମାରମହାନ୍ତିଙ୍କ ରିପୋର୍ଟ)

- Advertisement -

Leave A Reply

Your email address will not be published.