ଭୁବନେଶ୍ୱର,୨୮।୦୩(ଏସଏସନିଉଜ)ରାଜ୍ୟର ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ତଥା ସ୍ୱାବଲମ୍ବନପାଇଁ ରାଜ୍ୟସରକାରଙ୍କ ଅଭିନବପ୍ରୟାସ ‘ସୁଭଦ୍ରା ଯୋଜନା’ଅଧୀନରେ ଅଧିକସଂଖ୍ୟକ ଯୋଗ୍ୟହିତାଧିକାରୀଙ୍କୁ ସାମିଲକରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣପଦକ୍ଷେପ ଗ୍ରହଣକରାଯାଇଛି।ସରକାରଙ୍କ ଅନୁମୋଦନକ୍ରମେ, ଆସନ୍ତା ୦୧ଏପ୍ରିଲ ୨୦୨୬ରୁ ୩୦ଏପ୍ରିଲ ୨୦୨୬ପର୍ଯ୍ୟନ୍ତ ଏକମାସ ପାଇଁ ‘ସୁଭଦ୍ରା ପୋର୍ଟାଲ’ମାଧ୍ୟମରେ ନୂତନଆବେଦନ ଗ୍ରହଣକରାଯିବ।
ମୁଖ୍ୟ ବିବରଣୀ:-ଆବେଦନ ଅବଧି:-୦୧ଏପ୍ରିଲ ୨୦୨୬ରୁ ୩୦ଏପ୍ରିଲ ୨୦୨୬।
ବୟସ ସୀମା:-୦୧.୦୪.୨୦୨୬ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ବର୍ଷରୁ ୬୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
ଆର୍ଥିକସହାୟତା:-ଯୋଗ୍ୟ ବିବେଚିତହିତାଧିକାରୀମାନେ ୨୦୨୬-୨୭ଆର୍ଥିକ ବର୍ଷରୁ ଯୋଜନାର ଅବଧିପର୍ଯ୍ୟନ୍ତ ବାର୍ଷିକ ଦୁଇଟିକିସ୍ତିରେ ମୋଟ୧୦,୦୦୦ ଟଙ୍କାର ସହାୟତାରାଶି ପାଇବେ।
ଆବେଦନ ପ୍ରକ୍ରିୟା ଓ ସର୍ତ୍ତାବଳୀ:-
କେଉଁମାନେ ଆବେଦନ କରିପାରିବେ:-ଯେଉଁ ମହିଳାମାନେ ପୂର୍ବରୁ ସୁଭଦ୍ରା ଯୋଜନାପାଇଁ ଆବେଦନକରିନାହାଁନ୍ତି,କେବଳ ସେହିମାନେହିଁ ଏହି ସମୟସୀମା ମଧ୍ୟରେ ନୂତନଭାବେ ଆବେଦନ କରିପାରିବେ।ପୂର୍ବରୁ ଆବେଦନ କରିଥିବା ମହିଳାଙ୍କ ଆବେଦନ ଗ୍ରହଣୀୟ ହେବନାହିଁ।
କେଉଁଠାରେ ଆବେଦନ କରିବେ:-ନୂତନ ଆବେଦନଗୁଡିକ ସାଧାରଣ ସେବାକେନ୍ଦ୍ର(CSC) ଏବଂ ଆମ ସେବାକେନ୍ଦ୍ର (ASK)ମାଧ୍ୟମରେ ସୁଭଦ୍ରା ପୋର୍ଟାଲ ଜରିଆରେ ପଞ୍ଜୀକୃତ କରାଯିବ।
ଫର୍ମ ଉପଲବ୍ଧତା:-ଆବେଦନ ପାଇଁ ଫର୍ମଗୁଡ଼ିକ ସମସ୍ତ ଅଙ୍ଗନୱାଡି କେନ୍ଦ୍ର (AWC) ଏବଂ CDPO କାର୍ଯ୍ୟାଳୟରେ ସମ୍ପୂର୍ଣ୍ଣ ନିଶୁଳ୍କ ଭାବେ ଉପଲବ୍ଧ ଅଛି।
ସୁଭଦ୍ରା ଯୋଜନାହେଉଛି ରାଜ୍ୟର ମହିଳାମାନଙ୍କପାଇଁ ଏକ ଐତିହାସିକ ପଦକ୍ଷେପ।ଏଥିରୁ ଯେପରି କୌଣସି ଯୋଗ୍ୟହିତାଧିକାରୀ ବାଦ୍ ନପଡ଼ନ୍ତି, ସେଥିପାଇଁ ସରକାର ସମସ୍ତଆବଶ୍ୟକୀୟ ବ୍ୟବସ୍ଥା କରିଛନ୍ତି।
Next Post
