ନନ୍ଦନକାନନରେ ନୁଆ ନିର୍ଦ୍ଦେଶକଙ୍କ ନୁଆ ନୀୟମ

ସାଧାରଣଲୋକଙ୍କ ସୁରକ୍ଷାପାଇଁ ଜାରିହେବ କଟକଣା

0 342

ବାରଙ୍ଗ,୨୬/୧୧(ଡିଏନଏ) ସପ୍ତାହକୁ ଗୋଟେଦିନ ପ୍ରତି ସୋମବାରଦିନ ନନ୍ଦନକାନନ ବନ୍ଦ ରହୁଛି ।ଏହି ଦିନ ପଶୁପକ୍ଷୀମାନେ କୋଳାହଳରୁ ଦୁରେଇ ରହିବା ସହ ପରିସରର ଆନୁସଙ୍ଗିକ କାର୍ଯ୍ୟ କରିବାନିମନ୍ତେ ସୋମବାରଦିନ ନନଦନକନନକୁ ବନ୍ଦ ରଖାଯାଇଛି ।କେବଳ ଘରୋଇକରଣରେ ନେଇଥିବାଠିକାଦାର ଓ କର୍ମଚାରୀମାନଙ୍କ ସହ ଆବଶ୍ୟକତାଥିବା ନନ୍ଦଦନକାନନର କର୍ମଚାରୀମାନଙ୍କୁ ନନ୍ଦନକାନନ ମଧ୍ୟକୁ ଛଡାଯାଉଛି । କିନ୍ତୁ ଏଥିରେ ପରିବର୍ତନ ଆଣିବାକୁ ଯାଉଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ନନ୍ଦନକାନନର ବିକାଶ ଓ ପଶୁପକ୍ଷୀମାନଙ୍କ ସୁରକ୍ଷାର ବୃହତର ସ୍ୱାର୍ଥକୁ କୁ ଆଖିଆଗରେ ରଖି ସବୁଦିନ ନନ୍ଦନକାନନ ବନ୍ଦ ପରେ ଅର୍ଥାତ ସନ୍ଧ୍ୟା ୬ଟାପରେ କାହାରିକୁ ଭିତରକୁ ନଛାଡିବାକୁ ନିଷ୍ପତି ନେଇଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ଯଦି ପରିସର ଭିତରକୁ କୈାଣସି କାର୍ଯ୍ୟରେ ନିତ୍ୟାନ୍ତ ଆବଶ୍ୟକତାଥିବା ଦର୍ଶାନ୍ତି ସେମାନଙ୍କ ସବିଶେଷ ଠିକଣା ପ୍ରବେଶପଥପାଖରେ ଦାୟିତ୍ୱରେ ଥିବା ସୁରକ୍ଷାକର୍ମଚାରୀମାନେ ଲେଖି ସେମାନଙ୍କୁ ସାମୟିକଭାବେ ସମୟସୀମା ଲେଖାଯାଇଥିବା ଏକ ପାସ ପ୍ରଦାନ କରାଯିବ ବୋଲି

ଭୁୁବନେଶ୍ୱର ଆଂଚଳିକବନସଂରକ୍ଷକ ତଥା ନନ୍ଦନକାନନ ନିର୍ଦ୍ଦେଶକ ମନୋଜକୁମାରମହାପାତ୍ର ସୁଚନା ଦେଇଛନ୍ତି ।ମହାପାତ୍ରଙ୍କ ସୁଚନା ଅନୁଯାୟୀ ସୋମବାର ନନ୍ଦନକାନନ ବନ୍ଦ ରହୁଥିବାରୁ ସେହିଦିନ ୧ନଂ ଓ ୨ନଂ ଫାଟକ ବନ୍ଦ ରହୁଛି ।ତେଣୁ ସୋମବାରଦିନ ଆବଶ୍ୟକତାନଥିବା କୈାଣସି କର୍ମଚାରୀ ଓ ସାଧାରଣ ଲୋକଙ୍କ ପ୍ରବେଶକୁ ବାରଣ କରାଯିବ ।ଏଥିନିମନ୍ତେ ସମସ୍ତଙ୍କୁ ସଚେତନ କରିବାପାଇଁ ଏକ ସୁଚନାଫଳକ ପ୍ରବେଶପଥପାଖରେ ଖୁବଶିଘ୍ର ଲାଗିବ ।ପର୍ଯ୍ୟଟକମାନଙ୍କ ସଂଖ୍ୟାହ୍ରାସ ପାଇବା ପରେ ଅର୍ଥାତ ସନ୍ଧ୍ୟାହେବାମାତ୍ରେ ପରିସର ଜଙ୍ଗଲରେ ଥିବା ପହ୍ଲପହ୍ଲ ବାରହା ଓ ହରିଣମାନେ ଜଙ୍ଗଲମଧ୍ୟରୁ ବାହାରି ହଠାତ ନନ୍ଦନକାନନ ମୁଖ୍ୟରାସ୍ତା ଉପରକୁ ଚାଲିଆସୁଛନ୍ତି । ଏହିସମୟରେ ଯାଉଥିବା ବାଇକଚାଳକଙ୍କ ସହ ଏମାନଙ୍କର ଧକ୍କା ହେବାର ସମ୍ଭାବନା ଅଧିକ ରହିଛି ।ଯଦିଓ ଦୁର୍ଘଟଣା ଘଟିଲା ନନ୍ଦନକାନନ ବନ୍ଦ ରହିଥିବାରୁ ଦୁର୍ଘଟଣାର ସିକାର ହୋଇଥିବା ବ୍ୟକ୍ତିବିଶେଷ ବିଷୟରେ ନନ୍ଦନକାନନ ପାଖରେ କୈାଣସି ଖବର ରହିବ ନାହିଁ ।ଯାହାଫଳରେ ଦୁର୍ଘଟଣାର ଶିକାର ହେଲେ,ଦୁର୍ଘଟଣା ବିଷୟରେ ରାତିରେ ଜାଣିହେବାନହିଁ କି ପ୍ରାଥମିକ ଚିକିସ୍‌ା ମଧ୍ୟ ଯୋଗଇହେବନାହିଁ ।ତେଣୁ ସାଧାରଣ ଲୋକଙ୍କସୁରକ୍ଷା କୁ ଆଖିଆଗରେ ରଖାଯାଇ ଏହିଭଳି ନିଷ୍ପତି ନିଆଯାଇଛି ବୋଲି ନିର୍ଦ୍ଦେଶକ ମନୋଜକୁମାର ମହାପାତ୍ର କହିଛନ୍ତି । (ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.