ପୋଲିସ ହାତରେ ଧରାପଡିଲେ ୪ ଧଳାଜହର ବେପାରୀ

0 219

ଖୋର୍ଦ୍ଧା,୨୭/୧୧(ଏସଏସନିୟୁଜ) ଧଳାଜହର ବିକ୍ରି ପାଇଁ ଡିଲ୍ ହେଉଥିବା ବେଳେ ବାଘମାରୀ ଥାନା ପୋଲିସ ମାଡ଼ି ବସିଲା ।ଏହାସହ ଘଟଣାସ୍ଥଳରୁ । ୪ ବେପାରୀଙ୍କୁ ଗିରଫ କରିବାସହ ପ୍ରାୟ ଅଢ଼େଇ ଲକ୍ଷ ଟଙ୍କାମୁଲ୍ୟର ୨୭ ଗ୍ରାମ ବ୍ରାଉନ ସୁଗର ଜବତ କରିବାରେ ସକ୍ଷମ ହୋଇଥିଲା । ପୋଡାଡିହ ଗ୍ରାମର ମା ମଙ୍ଗଳା ମନ୍ଦିର ନିକଟରେ ବ୍ରାଉନସୁଗର ବେପାର ହେଉଥିବାର ଖବର ପାଇ ପୋଲିସ ଅଚାନକ ଚଢଉ କରିଥିଲା । ଚିନ୍ମୟ କୁମାର ବାଡି ଓରଫ ଚିନୁ ,ଅଜୟ କୁମାର ସାଥୁଆ, ଲକ୍ଷ୍ମୀଧର ମହାନ୍ତି ଓରଫ କାଳିଆ ଓ ଧରଣୀଧର ମହାପାତ୍ର ଓରଫ ମିଠେଇ ନାମକ ଯୁବକଙ୍କୁ ଗିରଫ କରିବା ସହ ୫୦ଟି ରଙ୍ଗୀନ ପେପର,୫ ଟି ମୋବାଇଲ ଫୋନ ଓ ୨ ଟି ବାଇକକୁ ଜବତ କରିଥିଲେ ।

Leave A Reply

Your email address will not be published.