ନନ୍ଦନକାନନକୁ ଆସିବ ହିଲକ୍ ଗିବନ୍

ମିଜୋରାମଗଲେ ବାଘ କୁନ୍ଦନ ଓ ବାଘୁଣୀ ଆଦ୍ୟାଶା

0 110

ବାରଙ୍ଗ,୨୭।୩(ଏସଏସ ନିଉଜ) ଦୀର୍ଘଦିନର ବ୍ୟବଧାନ ପରେ ନନ୍ଦନକାନନରେ ଆରମ୍ଭ ହୋଇଛି ପଶୁପକ୍ଷୀ ଅଦଳବଦଳ ପ୍ରକିୟା।ଏହି ପ୍ରକିୟାରେ ନନ୍ଦନକାନନରୁ ସୋମବାର ଅପରାହ୍ନରେ ଦୁଇ ସାଧାରଣ (ନାଲି) ବାଘ ମିଜୋରାମର ଆଇଜଲ ଚିଡିଆଖାନାକୁ ପଠାଯାଇଛି।କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୁପକ୍ଷଙ୍କ ଅନୁ ମୋଦନ କ୍ରମେ ନନ୍ଦନକାନନ କର୍ତ୍ତୁପକ୍ଷ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣ(ନାଲି) ବାଘ “କୁନ୍ଦନ’ ଓ ଅନ୍ୟଟି ୫ବର୍ଷର ମାଈ ସାଧାରଣ(ନାଲି) ବାଘୁଣୀ “ଆଦାଶ୍ୟା’ଙ୍କୁ ପଠାଇଛନ୍ତି।ଏହି ବାଘ ନେବାପାଇଁ ଆଇଜଲ ଚିଡିଆଖାନାର ୮ଜଣିଆ ଦଳ ଗତ ଶୁକ୍ରବାରରାତିରେ ନନ୍ଦନ କାନନରେ ପହଞ୍ଚିଥିଲେ।କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୁପକ୍ଷଙ୍କ ଚିଠି ନନ୍ଦନକାନନ ରେ ପହଞ୍ଚିବାରୁ କର୍ତ୍ତୁପକ୍ଷ ସୋମବାର ଦିନ କୁନ୍ଦନ ରହୁଥିବା ୩୦ନମ୍ବର ଏନକ୍ଲୋଜର ଓ ଆଦାଶ୍ୟା ରହୁଥିବା ବାଘ ସଫାରୀ ଫିଡିଙ୍ଗଚାମ୍ବରରେ ଦୁଇଟିଯନ୍ତା ଭିତରେ ଜୀବନ୍ତ କୁକୁଡା ଓ ମଇଁଷି ମାଂସ ରଖି ଦୁଇଟି ବାଘକୁ କାବୁକରିବାରେ ସକ୍ଷମ ହୋଇଥିଲେ।ପରେ କ୍ରେନ୍ ସାହାର୍ଯ୍ୟରେ ମିଜୋରାମରୁ ଆସିଥିବା ଦୁଇଟିଟ୍ରକ ଯୋଗେ ପଠାଇଥିଲେ ।ଏହି ଦୁଇବାଘ ପ୍ରତିବଦଳରେ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ସେଠାରୁ ତିନିପ୍ରଜାତିର ୫ଜନ୍ତୁ
(ହଳେ ହିଲକ୍ ଗିବନ୍,ହଳେ ଘୁଷୁରି ଲାଞ ମାକେକ୍ ଓ ଗୋଟିଏ ମାଈ ହିମାଳୟ କଳାଭାଲୁ) ନନ୍ଦନକାନନକୁ ଆସିବ। ଏହି ନୂତନ ଅତିଥି ଜୁନ(ରଜ)ମାସରେ ଆଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ସ୍ଥିର କରିଥୁବାର ଜଣାପଡିଛି।

Leave A Reply

Your email address will not be published.