ନନ୍ଦନକାନନରେ ଅଳିଆଗାଡିକୁ ପିଟିଲା ବେଟାରୀଗାଡି

0 271

ବାରଙ୍ଗ,୨/୯(ଏସଏସନିଉଜ)ବିବାଦ ନନ୍ଦନକାନନର ପିଛା ଛାଡୁନଥିବାବେଳେ ଶୁକ୍ରବାରଦିନ ଆଉ ଏକ ବିବାଦରେ ନନ୍ଦନକାନନ ଛନ୍ଦି ହୋଇଛି ।ବେଟାରୀଚାଳିତ ଗାଡି ଓ ଅଳିଆଗାଡି ମଧ୍ୟରେ ଧକ୍କାହୋଇଛି ।ନନ୍ଦନକାନନରେ ଚାଲୁଥିବା ବେଟାରୀ ଚାଳିତ ଗାଡିଚାଳକଙ୍କ ବେପରୁୱା ଗାଡିଚାଳନା ଯୋଗୁ ସୈାଭାଗ୍ୟବଶତ ପର୍ଯ୍ୟଟକ ମାନେ ନିଶ୍ଚିତ ଦୁର୍ଘଟଣାରୁ ବଂଚିଯାଇଛନ୍ତି ଓ ନନ୍ଦନକାନନକୁ ଏକ ବଡ ବିପଦରୁ ମୁକ୍ତି ମିଳିଛି ।ଏହିଭଳି ବହୁ ଘଟଣାମାନ ନନ୍ଦନକାନନରେ ଘଟୁଥିଲେ ମଧ୍ୟ ମୁଖିଆମାନେ ଆଖିବୁଜିନ୍ଥେôବାର ଦେଖିବାକୁ ମିଳିଛି । ଦ୍ରୁତଗତିରେ ଯାଇ ବେଟାରୀଚାଳିତ ଗାଡିଟିି ଅଳିଆବୋଝେଇ ଗାଡିର ପଛପଟରୁ ଧକ୍କା ଦେବାରୁ ଅଳିଆଗାଡିଚାଳକ ଆହତ ହୋଇ ଚିକିସ୍‌ତ ହେଉଛନ୍ତି ।ଏହି ଦୁର୍ଘଟଣାରେ ଦୁଇଟି ଗାଡି ଭାଙ୍ଗିଥିବାର ଜଣାପଡିଛି ।
ପ୍ରକାସ ଯେ, ଶୁକ୍ରବାର ଦ୍ୱିହିପହର ସମୟରେ ନନ୍ଦନକାନନ ଓଡି୦୨-ବିବି-୬୫୩୫ନଂ ଅଳିଆ ବୋଝେଇ ଗାଡିଟି ଅଳିଆ ନେଇ କାର୍ଯ୍ୟାଳୟ ପାଖରୁ ୯ନଂ ଫାଟକ ଆଡକୁ ଯାଉଥିଲା ।ଏହିସମୟରେ ପଛପଟରୁ ଏକ ବେଟାରୀ ଚାଳିତ ଗାଡିଟି ଦ୍ରୁତଗତିରେ ଆସି ଅଳିଆଗାଡିର ପଛପଟେ ଧକ୍କା ଦେଇଥିଲା ।ଫଳରେ ଦୁଇଟି ଗାଡି ଭଙ୍ଗାରୁଜା ହୋଇ୍‌ଯାଇଥିଲା ।ଏହି ଦୁର୍ଘଟଣାରେ ଅଳିଆଗାଡି ଚାଳକ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନନ୍ଦନକାନନ ପକ୍ଷରୁ ଏକ ଘରୋଇ ଡାକ୍ତରଖାନାରେ ଚିକିସ୍‌।ପାଇଁ ପଠାଇଯାଇଛି ।ସବୁଠାରୁ ବଡକଥା ହେଲା ଏହି ଦୁର୍ଘଟଣା ସମୟରେ ବେଟାରୀଚାଳିତ ଗାଡିରେ କୈାଣସି ପର୍ଯ୍ୟଟକ ନଥିଲେ ।ଯାହାଫଳରେ ଏକ ବଡ ଦୁର୍ଘଟଣାରୁ ନନ୍ଦନକାନନ ବର୍ତିଯାଇଛି ।ଏବିଷୟରେ ସ୍ୱ୍ୱତନ୍ତ୍ରପ୍ରକଳ୍ପ ରେଞର ରଞିତମହାନ୍ତିଙ୍କୁ ପଚାରିବାରୁ ସେ କହିଲେ ଯେ, ଅଳିଆଗାଡି ଚାଳକକୁ ଚିକିସ୍‌।ପାଇଁ ଡାକ୍ତରଖାନାରେ ଭର୍ତିକରାଯାଛି ।ଡାକ୍ତରଙ୍କ ରିପୋର୍ଟ ଆସିଲେ ତାକୁ ଦେଖିକରି କାର୍ଯ୍ୟାନୁଷ୍ଠାନ ଗ୍ରହଣକରାଯିବ ବୋଲି କହିଥିଲେ ।ଅନ୍ୟପଟେ ଘରୋଇକରଣରେ ଅଧିକ ରାଜସ୍ୱ ଆଦାୟ ହେଉଥିବାରୁ ଠିକାଦାର ମାନଙ୍କ ପ୍ରତି କୈାଣସିପ୍ରକାର ସଠିକ ନିତୀ ପ୍ରଣୟନ କରାଯାଉନାହିଁ ।ଯାହାଫଳରେ ଅଧିକ ଲାଭବାନ ପାଇଁ ଠିକାଦାରମାନଙ୍କ ଦ୍ୱାରା ହେଉଥିବା ଏହିଭଳି କାର୍ଯ୍ୟ ପାଇଁ ନନ୍ଦନକାନନକୁ ବଦନାମ ହୋକୁ ପଡିବାକୁ ପଡୁଛି ବୋଲି ଚର୍ଚ୍ଚା ଯୋର ଧରିଛି ।(ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.