ଅଚାନକ ଆସିଲେ ବିଡିଓ

କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଗିଦ କଲେ

0 276

ବାରଙ୍ଗ,୨/୯(ଏସଏସନିଉଜ)ଅଚାନକ ବିଡିଓ ଆସି ପଂଚାୟତ କାର୍ଯ୍ୟାଳୟରେ ପହଁଚିଯାଇଥିଲେ ।କାଗଜପତ୍ର ଯାଂଚ କରିଥିଲେ ।ଆଉ ଯାହା ଦେଖିଲେ ସେଥିରେ ବିତୃଷ୍ନା ହୋଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଥିଲେ । ଏମିତି ଏକ ଘଟଣା ଶୁକ୍ରବାରଦିନ ଘଟିଥିଲା । ଭୁବନେଶ୍ବରବ୍ଲକ ବିଡିଓ ସମ୍ପଦଦଳେଇ ହଠାତ ଦାଢା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ କାର୍ଯ୍ୟଶୈଳୀର ସମୀକ୍ଷା କରିଥିଲେ ।ଏହାସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀଙ୍କ କାର୍ଯ୍ୟକୁନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।ପଞ୍ଚାୟତନିର୍ବାଚନ ପରେ ନୂତନସରପଞ୍ଚ ଦାୟିତ୍ବ ନେଇସାରିଥିବାବେଳେ ଏପର୍ଯ୍ୟନ୍ତ ପଞ୍ଚାୟତର କୈାଣସି ଉନ୍ନତିମୂଳକକାର୍ଯ୍ୟ ହୋଇନଥିବା ନେଇ ପଞ୍ଚାୟତବାସୀ ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ।ଶୁକ୍ରବାରଦିନ ବିଡିଓ ସମ୍ପଦ ଦଳେଇ ଅଚାନକ ଦାଢାପଞ୍ଚାୟତ ଗସ୍ତରେ ଆସିଥିଲେ । ସରପଞ୍ଚ ନିଶିପଦ୍ମା କାଣ୍ଡି,ନାଏବ୍ ସରପଞ୍ଚ ରଣଞିତ୍ ଦାସ,ପଞ୍ଚାୟତ କାର୍ଯ୍ୟ ନିର୍ବାହୀଅଧିକାରୀ ସଦାଶିବରଥ,ଜିଆରଏସ୍ ସଞୟ ପଢିହାରୀ,ଯୋଗାଣସହାୟକ ସ୍ବାଗତିକାପରିଡା ପ୍ରମୁଖଙ୍କୁ ନେଇ ପଞ୍ଚାୟତରକାର୍ଯ୍ୟ ର ସମୀକ୍ଷା କରିଥିଲେ।ବିଡିଓ ପଞ୍ଚାୟତର ସମସ୍ତ ନଥିପତ୍ର ତନଖି କଲାପରେ କୈାଣସିକାର୍ଯ୍ୟ ହୋଇନଥିବା ଜାଣିବାକୁ ପାଇଥିଲେ।ଏହାକୁ ନେଇ ବିଡିଓ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ତାଗିଦ୍ କରିବା ସହ ସମସ୍ତକାର୍ଯ୍ୟ ତ୍ୱରାନିତ୍ୱ କରିବାକୁ ନିର୍ଦେଶ ଦେଇଥିଲେ।(ଗୈାତମରାଉତଙ୍କ ରିପୋର୍ଟ)

 

Leave A Reply

Your email address will not be published.