ଚୁଟୁକିରେ ଭଲ ହେବ ରୁପି ସମସ୍ୟା

0 286

କେଶପାଇଁ ବାଦାମତେଲ ଅତ୍ୟନ୍ତ ଲାଭଦାୟକ। ଏଥିରେ ଭିଟାମିନ୍ ଇ, ପ୍ରୋଟିନ୍ ଏବଂ ଫୋଲିକ୍ ଏସିଡ୍ ଥାଏ ,ଯାହା କେଶକୁ ଚମକାଇଥାଏ। ଯଦି କେଶକୁ ବାଦାମତେଲରେ ମାଲିସ୍ କରାଯାଏ, ତେବେ ରୂପି ଭଳି କେଶସମସ୍ୟାକୁ ଦୂର କରାଯାଇପାରିବ। ଏଥିପାଇଁ ଆପଣଙ୍କୁ ବାଦାମତେଲରେ କିଛି ଜିନିଷ ମିଶାଇବାକୁ ପଡିବ।
ଲେମ୍ବୁରସ:- ବାଦାମତେଲ ସହିତ ଲେମ୍ବୁରସ ମିଶାଇ କେଶରେ ଲଗାଇବା ଦ୍ୱାରା ରୂପି ସମସ୍ୟାକୁ ଦୂର କରିହେବ। ଏଥିଲାଗି ଆପଣ ଏକପାତ୍ରରେ ବାଦାମତେଲ ସହିତ ଅଳ୍ପ ବୁନ୍ଦା ଲେମ୍ବୁରସ ମିଶାଇ କେଶରେ ଲଗାନ୍ତୁ। ଏହାପରେ କେଶକୁ ହାଲୁକା ହାତରେ ମାଲିସ୍ କରନ୍ତୁ। ମସାଜ୍ପରେ, ଯଦି ଆପଣଚାହାଁନ୍ତି, ୧ଘଣ୍ଟାପରେ ନିଜକେଶକୁ ସାମ୍ପୁ କରିପାରିବେ କିମ୍ବା ଆପଣ ଏହି ମିଶ୍ରଣକୁ ରାତିସାରା କେଶରେ ରଖି ପରଦିନ ସାମ୍ପୁ କରିପାରିବେ। ଏହାଦ୍ୱାରା ଶୀଘ୍ରକେଶର ବୃଦ୍ଧି ହେବ।
ମହୁ:-ବାଦାମତେଲ, ମହୁ ଏବଂ କଦଳୀ ମଧ୍ୟ ଏହି ସମସ୍ୟା ଦୂର କରିପାରିବ। ଏଥିପାଇଁ ଆପଣ ଏକ ପାତ୍ରରେ ତିନୋଟିକୁ ଭଲ ଭାବରେ ମିଶାନ୍ତୁ ଏବଂ ଏହି ମିଶ୍ରଣକୁ କେଶରେ ଲଗାନ୍ତୁ। ଏହି ମିଶ୍ରଣକୁ ଆପଣଙ୍କ କେଶରେ ଅଧଘଣ୍ଟା କିମ୍ବା ୧ଘଣ୍ଟା ରଖିବା ପରେ, ସାମ୍ପୁ ସହିତ କେଶକୁ ଭଲଭାବରେ ଧୋଇଦିଅନ୍ତୁ । ଏହା କରିବାଦ୍ୱାରା କେଶ କେବଳ ସୁନ୍ଦର ହେବ ନାହିଁ, ବରଂ କେଶ ମଧ୍ୟ ଚମକପ୍ରଦ ଦେଖାଯିବ।

 

Leave A Reply

Your email address will not be published.