ନନ୍ଦନକାନନରେ ଆରମ୍ଭ ହେଲା ଅନଲାଇନରେ ପୋଷ୍ୟ ଯୋଜନା

0 272

ବାରଙ୍ଗ.୨/୧୧(ଏସ୍‌ଏସ୍‌ନିୟୁଜ)ଆଉ ନନ୍ଦନକାନନ ଯିବାକୁ ପଡିବନାହିଁ । ଏଣିକି ଘରେ ବସି ଅନ୍‌ଲାଇନ ମାଧ୍ୟମରେ ପଶୁପକ୍ଷୀ ପୋଷ୍ୟଭାବେ ଗ୍ରହଣ କରିହେବ । ଏହିଭଳି ଏକ ସ୍ୱତନ୍ତ୍ର ବ୍ୟବସ୍ଥା ନନ୍ଦନକାନନ ପକ୍ଷରୁ ଆରମ୍ଭ ହୋଇଛି ।ଏହାଦ୍ୱାରା ନନ୍ଦନକାନନର ପଶୁପକ୍ଷୀମାନଙ୍କୁ ପୋଷ୍ୟଭାବେ ଗ୍ରହଣ କରିବାର ସହଜ ମାଧ୍ୟମ ହୋଇଛି ।୨୦୧୮ମସିହାରୁ ନନ୍ଦନକାନନରେ ଆରମ୍ଭ ହୋଇଥିବା ପୋଷ୍ୟଯୋଜନା ଏବେ ଗତିଶୀଳ ହୋଇ ଆଗକୁ ମାଡିଚାଲିଛି ।ପଶୁପ୍ରେମୀମାନଙ୍କର ମଧ୍ୟ ଏଥିପ୍ରତି ଆଗ୍ରହ ବଢୁଥିବାର ଲକ୍ଷ କରାଯାଇଛି । କୋଭିଡର କଟକଣା ଭିତରେ ଓଡିଶା ସମେତ ୧୨ଟି ରାଜ୍ୟରୁ କେତେକ ପଶୁପ୍ରେମୀ ୧୭୦-୭୫ଟି ନନ୍ଦନକାନନର ପଶୁପକ୍ଷୀଙ୍କୁ ପୋଷ୍ୟଭାବେ ଗ୍ରହଣ କରିଛନ୍ତି ।ଏହି ସମୟଭିତରେ ନନ୍ଦନକାନନ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ଥିବାବେଳେ ୨୩ଲକ୍ଷ ଟଙ୍କା ରୋଜଗାର ମଧ୍ୟ ନନ୍ଦନକାନନ କରିପାରିଛି । ତେବେ ପୋଷ୍ୟ ଗ୍ରହଣ ପାଇ ନନ୍ଦନକାନନ ପକ୍ଷରୁ ସର୍ବନିମ୍ନ ୫୦୦ଟଙ୍କା ମୁଲ୍ୟ ଧାର୍ଯ୍ୟ ରଖାଯାଇଛି ।ସୋମବାରଦିନ ହାଇଦ୍ରାବାଦର ସ୍ୱପ୍ନଜିତ ପଟ୍ଟନାୟକନାମକ ବ୍ୟକ୍ତି ନନ୍ଦନକାନନର ଏକ ହିମାଳୟକଳାଭାଲୁକୁ ପୋଷ୍ୟଭାବେ ଗ୍ରହଣ କରିଥିବାର କହିଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ଶଶିପଲ ।(ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.