ନନ୍ଦନକାନନରେ ବାରାଶିଙ୍ଗା ମୃତ ,ସମ୍ବର ଶାବକ ଜନ୍ମ

0 268

ବାରଙ୍ଗ,୯/୮(ଏସ୍‌.ଏସ୍‌.ନିୟୁଜ) ନନ୍ଦନକାନନର ୩୮ନଂ ଖୁଆଡରେ ଥିବା ୭ବର୍ଷ ର ଏକ ଅଣ୍ଡିରା ବାରାଶିଙ୍ଗା ରବିବାରଦିନ ସକାଳେ ମୃତ୍ୟୁବରଣ କରିଛି । ମୃତ୍ୟୁବରଣ କରିବାର ପକୃତ କାରଣ ଜଣାପଡି ନଥିବା ବେଳେ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୧୧ରେ ପହଁଚିଛି । ସେଥିମଧ୍ୟ ରେ ୩ଅଣ୍ଡିରା, ୫ମାଇ ଓ ୩ଟି ଛୁଆ ରହିଛନ୍ତି । ବ୍ୟବଛେଦ ପରେ ମୃତ୍ୟୁର ପକୃତ କାରଣ ଜଣାପଡିବ । ସେହିଭଳିଭାବେ ଶୁକ୍ରବାରଦିନ ୩୯ନଂ ଖୁଆଡରେ ରହୁଥିବା ସମ୍ବର ଗୁରୁବାର ରତିରେ ଏକ ଛୁଆ ଜନ୍ମ ଦେଇଛି । ମାଆ ଓ ଛୁଆ ଉଭୟ ସୁସ୍ଥ ଅଛନ୍ତି । ଏହି ନବଜାତକ ସମ୍ବରର ଜନ୍ମପରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୨୦ରେ ପହଁଚିଛନ୍ତି ।ସେଥିମଧ୍ୟରେ ଖୁଆଡରେ ୪ଅଣ୍ଡିରା ଓ ୬ମାଇ ଓ ନବଜାତକକୁ ମିଶାଇ ୧୧ଟି ଥିବାବେଳେ ତୃଣଭୋଜିସଫାରୀ ୯ ରହିଛନ୍ତି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ବିମଳପ୍ରଶନ୍ନଆଚାର୍ଯ୍ୟ କହିଛନ୍ତି । (ବାରଙ୍ଗରୁ ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.