ନନ୍ଦନକାନନରେ ଚାଲିଲା ବୋଟିଂ

0 67

ବାରଙ୍ଗ,୧୮।୧୧(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଗୋଟିଏ ଦିନରେ ରୋପଓ୍ବେ ଓ ବୋଟିଂ ଗଡିବା ଆରମ୍ଭ ହୋଇଛି। ପର‌୍ୟ୍ୟଟକଙ୍କପାଇଁ ବହୁ ପ୍ରତୀକ୍ଷିତଥିବା ରୋପଓ୍ବେକୁ ଶୁକ୍ରବାରଦିନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଉଦଘାଟନ କରିଥିଲେ।ଶନିବାରଠାରୁ ଏହା ବିଧିବଦ୍ଧ ଭାବେ ଚାଲିବା ଆରମ୍ଭ କରିଛି।ପ୍ରଥମ ଦିନରେ ରୋପଓ୍ବେରେ ଯିବାପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଉତ୍ସାହ ରହିଥିବାର ଦେଖିବାକୁ ମିଳିଥିଲା।ପ୍ରଥମ ଦିନରେ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନକୁ ସଂଯୋଗ କରୁଥିବା ରୋପଓ୍ବେରେ ୫୬୪ ଜଣ ଟିକଟ କାଟି ରୋପଓ୍ବେରେ ବସି କାଞିଆହ୍ରଦର ପରିବେଶକୁ ଉପଭୋଗ କରିବା ସହିତ ରାଜ୍ୟଉଭିଦ ଉଦ୍ୟାନର ବୃକ୍ଷଲତା ଦେଖି ମଜା ଉଠାଇଥିଲେ। ପ୍ରାଣୀଉଦ୍ୟାନ ଓ ବଟାନିକାର୍ଲ ଗାର୍ଡେନ ର ଅନ୍ୟତମ ଆକର୍ଷଣ ନୈାକାବିହାରର(ବୋଟିଂ) ଶନିବାରଠାରୁ କାର୍ଯ୍ୟକ୍ଷମ ହୋଇଛି।ଘରୋଇକରଣରେ ଏହା ପ୍ରଚଳନ ଆରମ୍ଭ କରିଥିବାବେଳେ ଦୀର୍ଘ ଦେଢବର୍ଷର ବ୍ୟବଧାନ ପରେ ବୋଟିଂର ମଜା ପର‌୍ୟ୍ୟଟକ ମାନେ ଉଠାଇଛନ୍ତି।ଅଧଘଣ୍ଟା ପାଇଁ ଦୁଇ ଆସନ ବିଶିଷ୍ଟ ପ୍ୟାଡେଲ ବୋଟ ପାଇଁ ୫୦ଟଙ୍କା, ଚାରି ଆସନ ବିଶିଷ୍ଟ ପ୍ୟାଡେଲ ବୋଟ ପାଇଁ ୧୦୦ଟଙ୍କା ଓ ପରିବାର ବୋଟିଂ ପାଇଁ ୧୫୦ଟଙ୍କା ଟିକଟ ମୂଲ୍ୟ ରଖାଯାଇଛି ବୋଲି ନନ୍ଦନକାନନ ଉପନିର୍ଦେଶକ ସନଥ କୁମାର ନାରାୟଣ କହିଛନ୍ତି।

Leave A Reply

Your email address will not be published.