ଦାଦନ ଖଟିବାକୁ ଯାଇ ଫେରିଲାନାହିଁ ପୁଅ

ଚିନ୍ତାରେ ପରିବାର ଲୋକ

0 94

ଗଞ୍ଜାମ,୧୯ା୧୧(ଏସଏସନିଉଜ)ପରିବାରର ଗୁଜରାଣ ମେଂଟାଇବାପାଇଁ ଦାଦନଖଟିବାକୁ ଯାଇଥିଲା ପୁଅ ।କିନ୍ତ ଆଉ ଘରକୁଫେରିଲାନାହିଁ ।ଘରକୁଫେରୁଥିବାର ପରିବାରଲୋକଙ୍କୁ ସୁଚନାଦେଇ ଟ୍ରେନରେ ଆସୁଥଲା ।ପରିବାରଲୋକ ବହୁତ ଖୁସିଥିଲେ ।ହେଲେ ପୁଅ ଟ୍ରେନରେ ଆସୁଥିବାବେଳେ ନିଖୋଜ ହୋଇଯାଇଥିଲେ ।ଏହିଭଳି ଘଟଣା ଆସିକାବ୍ଲକ ହରିଡାପଦର ପଂଚାୟତର କୁମ୍ବାରୀଗ୍ରାମରେ ଘଟିଛି ।ଗ୍ରାମର ଶିକ୍ଷିତଯୁବକ ଜିତେନ୍ଦ୍ର ବେହେରା ପରିବାରର ଦୁଃଖକୁ ସହ୍ୟନକରିପାରି ରୋଜଗାରକରିବାପାଇଁ ଦାଦନଖଟିବାକୁ ଦୁର୍ଗାପୁରକୁ ଗତ୫ବର୍ଷ ହେବ ଯାଇଥିଲେ ।ସେଠାରୁ ଅନ୍ୟକାହାସହ ମିଶି କାମଆଶାରେ ଦିଲ୍ଲୀ ଗୁରୁଗାଁଓ ଯାଇଥିଲେ ।ସେଠାରେ ହତାଶହେବାପରେ ଦିଲ୍ଲୀରେ ଥିବା ଭାଇ ସୋନୁଙ୍କ ସହ ଯୋଗାଯୋଗ କରି ନଭେମ୍ବର ମାସରେରେ ଉତ୍କଳ ଏକ୍ସପ୍ରେସରେ ଗ୍ରାମକୁ ଫେରିଥିଲେ ।ଘରକୁଫେରୁଥିବାନେଇ ମାସହ କଥା ମଧ୍ୟ ହୋଇଥିଲେ ।କିନ୍ତୁ ନଭେମ୍ବର୩୦ତାରିଖପରଠାରୁ ଆଉ କୈାଣସି ଖୋଜଖବର ରହିନଥିଲା ।ଫୋନବି ଅଉ ଲାଗିନଥିଲା ।ପରିବାରଲୋକ ଦୀର୍ଘଦିନବ୍ୟବଧାନପରେ ପୁଅଆସୁଥିବାରୁ ବେଶ ଉସ୍‌ସାହିତ ଥିଲେ କିନ୍ତୁ ପୁଅର ଫୋନନଲାଗିବାରୁ ଭାଙ୍ଗିପଡିବାସହ ବହୁଖୋଜାଖୋଜିକରି ନିରାଶ ହୋଇଥିଲୋନିରୁପାୟ ହୋଇ ଶେଷରେ ଥାନାରେ ଯାଇ ଅଭିଯୋଗ ମଧ୍ୟ କରିଥିଲେ ।ତେବେ ଅଦ୍ୟାବଧି ନିଖୋଜଥିବା ପୁଅର ପତାପାଇନପାରି ଦୁଃଖରେ ଭଗବାନଙ୍କୁ ଆଶ୍ରାକରି ରହିଛନ୍ତିାକେହି ଜୀତେନ୍ଦ୍ରଙ୍କ ବିଷୟରେ କୈାଣସି ଖବରପାଇଲେ ମୋବାଇଲନଂ-ନଂମ୍ବର-୯୫୫୬୫୦୮୦୧ ଓ ୯୬୯୨୩୮୯୪୪୪ରେ ଯୋଗେଯାଗ କରିବାକୁ ପରିବାରପକ୍ଷରୁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.