ନନ୍ଦନକାନନରେ ସିଜେଡଏ ଟିମ

0 58

ବାରଙ୍ଗ,୨ା୩(ଏସଏସନିଉଜ) ଶନିବାର ସକାଳୁ ନନ୍ଦନକାନନରେ ଆସି ପହଁଚିଛନ୍ତି କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ଏକ ଦୁଇଜଣିଆ ପ୍ରତିନିଧିଦଳ ।ଏହିପ୍ରତିନିଧିଦଳ ଆସିବାର ପୁର୍ବ ସୁଚନା ଆସିଥିବାରୁ ନନ୍ଦନକାନନ କର୍ତୁପକ୍ଷ ପୁର୍ବପ୍ରସ୍ତୁତିମୁାବକ ସଜାଗ ହୋଇରହିଥିଲେ ।
ପ୍ରତି୩ବର୍ଷର ବ୍ୟବଧାନରେ କେନ୍ଦ୍ରିୟ ଚିଡିଆଖାନା ପକ୍ଷରୁ ଦେଶରେ ଥିବା ବିଭିର୍ଣ ଚିଡିଆଖାନାକୁ ଯାଇ ଅନୁଧ୍ୟାନ କରାଯାଇଥାଏ ।କେନ୍ଦ୍ରିୟ ଚିଡିଆଖାନା କର୍ତୁପକ୍ଷଙ୍କ ନିତୀନୀୟମ ଓ ସର୍ତାବଳୀକୁ ଅନୁପାଳନ କରି ଚିଡିଆଖାନା କିପରି ଚାଲୁଛି ଆସିଥିବା ଦଳ ଏହାକୁ ଅନୁଧ୍ୟାନ କରି ଫେରିବାପରେ କେନ୍ଦ୍ରିୟ ଚିଡିଆଖାନାକର୍ତୁପକ୍ଷଙ୍କ ପାଖରେ ରିପୋର୍ଟ ପୈଠ କରିଥାନ୍ତି ।ଏହାପରେ କର୍ତୁପକ୍ଷ ପୁଃନ ଚିଡିଆଖାନାକୁ ୩ବର୍ଷ ପାଇଁ ଚଳାଇବାପାଇଁ ସିକୃତି ବା ଅନୁମତି ଦେଇଥାନ୍ତି ।ତେଣୁ ଏହିଆଧାରରେ ଆସିଥିବା ଦୁଇଜଣିଆ ପ୍ରତିନିଧିଦଳ ନନ୍ଦନକାନନର ବିଭିର୍ଣ ଏନକ୍ଲୋଜର,ଜୀବଜନ୍ତୁ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷା ,ଚିକିସ୍‌ାଳୟରେ ଥିବା ସୁବିଧା,ଦର୍ଶକଗ୍ୟାଲେରୀ, ଜୀବଜନ୍ତୁମାନଙ୍କବିଷୟରେ ମରାଯାଇଥିବା ନାମଫଳକ ଓ ସବିଶେଷ ବିବରଣୀ.ନିସଙ୍ଗଜୀବନ ଜିଉଥିବା ପଶୁପକ୍ଷୀଙ୍କପାଇଁ ସାଥି ଆଣିବାର ବ୍ୟବସ୍ଥା. ନୁଆକରିଆସିଥିବା ପଶୁପକ୍ଷୀମାନଙ୍କ ଲିପିବଦ୍ଧ ତାଲିକା,ସୁରକ୍ଷାପ୍ରାଚୀର,ପରିସ୍କାରପରିଛନତା ,ତାରଜାଲିରଙ୍ଗ,ଜୀବଜନ୍ତୁମାନଙ୍କସ୍ୱାସ୍ଥ୍ୟ ଆଦି ବିଷୟଉପରେ ତର୍ଜମାକରିବା ସହ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ ।ଏହାପରେ ଏହି ପ୍ରତିନିଧିଦଳ ଚୁଡଙ୍ଗ ସହ ବଟାନିକାର୍ଲଗାର୍ଡେନ ମଧ୍ୟ ପରିଦର୍ଶନ କରି ଫେରିଥିଲେ ।ତେବେ ସ୍ୱତନ୍ତ୍ରଭାବେ ଏହି ପ୍ରତିନିଧିଦଳ ରାଜ୍ୟର ରାଉରକେଲାର ଇନ୍ଦିରାଗାନ୍ଧୀ ପାର୍କ ଓ ନନ୍ଦନକାନନକୁ ତର୍ଜମା କରିବା ପାଇଁ ୫ଦିନପାଇଁ ଆସିଥିବାର ଜଣାପଡିଛି ।

Leave A Reply

Your email address will not be published.