ବାରଙ୍ଗ,୪ା୪(ଏସଏସନିଉଜ)ଦୀର୍ଘଦିନର ବ୍ୟବଧାନପରେ ପୁଣି ନନ୍ଦନକାନନରେ ପଶିଛି ଚନ୍ଦକାଜଙ୍ଗଲିଦନ୍ତାହାତୀ ।ଏଥର ରାତିରେ ନୁହେଁ ବଢିଭୋର ସମୟରେ ନନ୍ଦନକାନନ ପରିସରକୁ ପଶିଥିବାର ଜଣାପଡିଛି ।ମଙ୍ଗଳବାର ଏହା ଜଣାପଡିବାପରେ ନନ୍ଦନକାନନ କର୍ତୁପକ୍ଷଙ୍କ ପାଇଁ ଦନ୍ତାକୁ ନେଇ ଚିନ୍ତା ବଢିଯାଇଛି । ପୁର୍ବରୁ ଏହି ଦନ୍ତାଟି ଯେଉଁ ସୁରକ୍ଷାପ୍ରାଚୀର ଭାଙ୍ଗି ଭିତରକୁ ପଶିଥିଲା ସେହିସ୍ଥାନକୁ ଆବଦ୍ଧ କରାଯାଇଥିବା ତାରଜାଲିକୁଭାଙ୍ଗି ଏଥର ଭିତରକୁ ପଶିଛି ଗୋଟିକିଆ ଦନ୍ତା ।ଦନ୍ତାଟି ୧୦ନଂ ଫାଟକ ପଛପଟ ଓ ବାଘସଫାରୀ ପଛପଟ ଜଙ୍ଗଲରେ ଦିନତମାମ ରହିଛି ।କାଳେ ହାତୀସଫାରି ସହ ବିଭିର୍ଣ ଜୀବଜନ୍ତୁଥିବା ଏନକ୍ଲୋଜରଆଡକୁ ଦନ୍ତାଟି ମାଡିଆସିବ ସେଥିପାଇଁ ସମସ୍ତଙ୍କ ଚିନ୍ତା ବଢିଯାଇଥିଲା ।ଅନ୍ୟପଟେ ନନ୍ଦନକାନନ ଖୋଲରହିଥିବାରୁ ପର୍ଯ୍ୟଟକମାନେ ବୁଲୁଥିବାରୁ ସେମାନଙ୍କର କୈାଣସି କ୍ଷତି ହେବାର ସମ୍ଭାବନା ଥିବାରୁ ଆଜି ଦିନତମାମ ନନ୍ଦନକାନନ ସୁରକ୍ଷା ଦାୟିତ୍ୱରେ ରେଞରଜେଏଫ୍ଖାନଙ୍କ ନେତୃତ୍ୱରେ ୪ଟି ଟିମ୍ ଦନ୍ତା ଜଗିରହିଥିଲେ ।ଦନ୍ତାଟିର ଗତିବିଧିକୁ ଦିନତମାମ ସୁରକ୍ଷା କର୍ମଚାରୀମାନେ ଜଗିରହିଥିଲେ ।ଦନ୍ତାଟି ଗତକାଲିରାତିରେ କୃଷ୍ନନଗର ଜଙ୍ଗଲରେ ରହିଥିବାରୁ ବଡିଭୋର ସମୟରେ ନନ୍ଦନକାନନକୁ ପସିଥିବାର ଅନୁମାନ କରାଯାଉଛି ।ସନ୍ଧ୍ୟାହେବା ପରଠାରୁ ହାତୀଜଗିବାକୁ ଦାୟିତ୍ୱରେ ଥିବା ୪ଟି ଟିମ୍ ଦନ୍ତାକୁ ଘଉଡାଇବା କାର୍ଯ୍ୟ ଆରମ୍ଭକରିଥିଲେ ।ତେବେ ସ୍ୱତନ୍ତ୍ରଭାବେ ଏହି ଦନ୍ତାଟି ନନ୍ଦନକାନନକୁ ବହୁବାର ନନ୍ଦନକାନନ ସୁରକ୍ଷା ପ୍ରାଚୀର ଭାଙ୍ଗି ଅସୁଥିବାରୁ ନନ୍ଦନକାନନ କର୍ତୁପକ୍ଷଙ୍କ ପାଇଁ ଏବେ ଚିନ୍ତ ବଢିଯାଇଛି ।
